Advertisment

କରେଣ୍ଟ ନେଲା ହାତୀ ଜୀବନ: ନିଲମ୍ବିତ ହେଲେ ଫରେଷ୍ଟର, ଗାର୍ଡ

KVK ଫାର୍ମ ଭିତରେ ବିଦ୍ୟୁତ୍‌ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ।

ଅଦ୍ୟତନ ହୋଇଛି
Death Of Two Female Elephants in Keonjhar

Death Of Two Female Elephants in Keonjhar

Advertisment

କେନ୍ଦୁଝରରେ ୨ ମାଈ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକଙ୍କୁ RCCF ନିଲମ୍ବିତ କରିଛନ୍ତି। ଏନେଇ ଡିଏଫ୍ଓ ସୂଚନା ଦେଇଛନ୍ତି।

Advertisment

ଏହାସହ ବିଦ୍ୟୁତ୍‌ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନାଥାଉ କି,  ଗତ ୨୫ ତାରିଖରେ ଯୋଡ଼ିଆ ସ୍ଥିତ KVK ଫାର୍ମ ଭିତରେ ବିଦ୍ୟୁତ୍‌ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। 

ବିଦ୍ୟୁତ୍‌ ତାରଟି ଅତିକମ୍ ଉଚ୍ଚରେ ଝୁଲି ରହିଥିବା ବେଳେ ତାର ଉପରେ ଗଛଲତା ମାଡି ଯାଇଥିବା ଦେଖିବାକୁ ମିଳିଥିଲା।  ଯାହା ବିଦ୍ୟୁତ୍‌ ବିଭାଗର ଅବହେଳାକୁ ପଦାରେ ପକାଇଥିଲା। ହାତୀ ଲଟା ପତ୍ର ଖାଇବା ବେଳେ ବିଦ୍ୟୁତ୍‌ ତାରରେ ଆସିଯାଇଥିବା ଅନୁମାନ କରାଯାଉଛି। 

Advertisment

(ରିପୋର୍ଟ-ପ୍ରଣୟ ପାଣି, କେନ୍ଦୁଝର)

Elephant Death In Odisha Elephant Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ