Dead body of Nigerian lies unattended in SCB Medical
କଟକ ଏସସିବି ମେଡିକାଲରେ ୧୩ ଦିନ ହେଲାଣି ନାଇଜେରୀୟ ଅଭିଯୁକ୍ତଙ୍କ ମୃତଦେହ ପଡ଼ି ରହିଛି। ତାଙ୍କ ନାଁ ଅଗଷ୍ଟିନ୍ ଓଡିପୋ। ସେ ପୁରୀ ଜେଲ୍ରେ ବିଚାରାଧୀନ କଏଦୀ ଥିଲେ।ସେଠାରେ ଅସୁସ୍ଥ ହେବା ପରେ ତାଙ୍କୁ SCB ମେଡିକାଲ୍ ଅଣାଯାଇଥିଲା।
ଗତ ମେ’ ୨୬ ତାରିଖରେ ଅଗଷ୍ଟିନ୍ଙ୍କ ମୃତ୍ୟୁ ହୋଇଛି। ସେବେଠୁ ହସ୍ପିଟାଲ୍ର ଶବ ସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ପଡ଼ି ରହିଛି। ଦିଲ୍ଲୀ ପଠାଇବାକୁ ଏଯାଏ ଅନୁମତି ମିଳିପାରୁନି। ଅନ୍ୟପକ୍ଷେ, ମାନବାଧିକାର କର୍ମୀ ଅଖଣ୍ଡ ନାଇଜେରୀୟ ନାଗରିକଙ୍କ ଚିକିତ୍ସା ଏବଂ ପ୍ରଶାସନିକ ଅବହେଳା ଅଭିଯୋଗ ଆଣିଛନ୍ତି। ଏପରିକି ଜାତୀୟ ମାନବାଧିକାର କମିଶନରେ ମାମଲା ବି ରୁଜୁ ହୋଇଛି।
ସୂଚନା ଅନୁସାରେ, ଅଗଷ୍ଟିନଙ୍କୁ ପାଟନାରୁ ଗିରଫ କରାଯାଇଥିଲା। ପରେ ଏକ ସାଇବର ଅପରାଧ ମାମଲାରେ ପୁରୀ ପୋଲିସ ତାଙ୍କୁ ଆଣିଥିଲା। ୨୦୧୯ ମସିହା ଫେବୃଆରୀ ୧୧ରୁ ସେ ପୁରୀ ଜେଲ୍ରେ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654661178.jpg)