Advertisment

ଅବହେଳାର ବିକଳ ଚିତ୍ର: ଶୁଣିଲେନି ବ୍ୟାଙ୍କ୍‌ ଅଧିକାରୀ, KYC ପାଇଁ ଟ୍ରଲିରେ ବୁହା ହେଲେ ୯୨ ବର୍ଷୀୟ ବୃଦ୍ଧ

ବୟସ ୯୨ ପାର୍‌ ହେଲାଣି... ନା ଆଖିକୁ ଭଲ ଭାବେ ଦିଶୁଛି ନା ପାରାଲିସିସ୍‌ ଯୋଗୁ ଠିକ୍‌ ଭାବେ ଛିଡ଼ା ହୋଇପାରୁଛନ୍ତି। ଏଭଳି ଅବସ୍ଥାରେ ମାତ୍ର ୭୦୦ ଟଙ୍କା ପାଇଁ ଟ୍ରଲିରେ ୫ କି.ମି. ବୁହା ହୋଇ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାକୁ ପଡ଼ିଛି ଜଣେ ୯୨ ବର୍ଷୀୟ ବୃଦ୍ଧଙ୍କୁ।

ଅଦ୍ୟତନ ହୋଇଛି
Daughter Carries 92-Year-Old Father

Daughter Carries 92-Year-Old Father

Advertisment

ଭଦ୍ରକ(ପାର୍ଥସାରଥୀ ନାୟକ): ବୟସ ୯୨ ପାର୍‌ ହେଲାଣି... ନା ଆଖିକୁ ଭଲ ଭାବେ ଦିଶୁଛି ନା ପାରାଲିସିସ୍‌ ଯୋଗୁ ଠିକ୍‌ ଭାବେ ଛିଡ଼ା ହୋଇପାରୁଛନ୍ତି। ଏଭଳି ଅବସ୍ଥାରେ ମାତ୍ର ୭୦୦ ଟଙ୍କା ପାଇଁ ଟ୍ରଲିରେ ୫ କି.ମି. ବୁହା ହୋଇ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାକୁ ପଡ଼ିଛି ଜଣେ ୯୨ ବର୍ଷୀୟ ବୃଦ୍ଧଙ୍କୁ। ହିତାଧିକାରୀଙ୍କ ଟିପ ଚିହ୍ନ  ନ ହେଲେ KYC ପୂରଣ ଅସମ୍ଭବ। ତେଣୁ ଆକାଉଣ୍ଟ କାର୍ଯ୍ୟକ୍ଷମ କରିବାକୁ ଆଧାର କାର୍ଡ ଓ ଟିପ ଚିହ୍ନ ଆବଶ୍ୟକ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଏହାପରେ ବାଧ୍ୟ ହୋଇ ସମ୍ପୃକ୍ତ ବୃଦ୍ଧଙ୍କ ଝିଅ, ଜ୍ୱାଇଁ ଟ୍ରଲିରେ ତାଙ୍କୁ ଧରି ବ୍ୟାଙ୍କରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଟିପ ଚିହ୍ନ ନିଆଯାଇଥିଲା। ଏହାପରେ ସେ ଘରକୁ ଫେରି ଯାଇଥିଲେ ବୋଲି ଜଣାପଡ଼ିଛି। ଅବହେଳାର ଏଭଳି ବିକଳ ଚିତ୍ର ଭଦ୍ରକ ଜିଲ୍ଲା ବିଷ୍ଣୁପୁର ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, ବିଷ୍ଣୁପୁର ପଞ୍ଚାୟତ ଅଞ୍ଚଳରେ ରହୁଥିବା ୯୨ ବର୍ଷୀୟ ରାମଚନ୍ଦ୍ର ଜେନା ମାସେ ପୂର୍ବେ ପାରାଲିସିସରେ ଆକ୍ରାନ୍ତ ହୋଇଥିବା ବେଳେ ବିଛଣାରୁ ଉଠିବା ତାଙ୍କ ପକ୍ଷେ ଅସମ୍ଭବ। ଝିଅ ଓ ଜ୍ୱାଇଁ ପାଖରେ ରହି ତାଙ୍କର ସେବା କରୁଛନ୍ତି। ରାମଚନ୍ଦ୍ରଙ୍କ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କରେ ଆବେଦନ କରାଯାଇଥିବା ବେଳେ KYC ଦାଖଲ ନ କଲେ ବାର୍ଦ୍ଧକ୍ୟ ଭତ୍ତା ମିଳିବନି ବୋଲି ବ୍ୟାଙ୍କ୍‌ କର୍ତ୍ତୃପକ୍ଷ କହିଥିଲେ। ଏଥିପାଇଁ  ଆଧାର କାର୍ଡ ଓ ଟିପ ଚିହ୍ନ ଆବଶ୍ୟକ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଶେଷରେ ଉପାୟଶୂନ୍ୟ ହୋଇ ଝିଅ-ଜ୍ୱାଇଁ ଟିପ ଚିହ୍ନ ଦେବାକୁ ବୃଦ୍ଧ ରାମଚନ୍ଦ୍ରଙ୍କୁ ୫ କି.ମି. ଟ୍ରଲିରେ ବୋହି ଆଣିଥିଲେ। ସେଠାରେ ତାଙ୍କର ଟିପ ଚିହ୍ନ ନିଆଯାଇଥିଲା। ଏହାପରେ ସେ ଘରକୁ ଫେରି ଯାଇଥିଲେ ବୋଲି ଜଣାପଡ଼ିଛି।

ଏନେଇ ରାମଚନ୍ଦ୍ରଙ୍କ ଝିଅ ମଞ୍ଜୁଲତା କହିଛନ୍ତି, ସରକାର ହାତେ ହାତେ ଟଙ୍କା ଦେଉଥିଲେ। ଏବେ ବ୍ୟାଙ୍କ ଆକାଉଣ୍ଟକୁ ପଠାଉଛନ୍ତି। ବ୍ୟାଙ୍କ ଅଧିକାରୀ କହିଲେ KYC ନହେଲେ ଟଙ୍କା ଦେଇ ହେବନି।’। ଏନେଇ ଜଣେ ବ୍ୟାଙ୍କ କର୍ମଚାରୀ କହିଛନ୍ତି, ‘ମୁଁ ତାଙ୍କୁ କହିଥିଲି, KYC ପୂରଣ କରିଦେବି, ହେଲେ ତାଙ୍କୁ ଅଫିସରଙ୍କ ସାମ୍ନାରେ ଟିପ ଚିହ୍ନ ଦେବାକୁ ପଡ଼ିବ। ଯଦି ସେ ମ୍ୟାନେଜରଙ୍କୁ ଲିଖିତ ଭାବେ ଦେଇଥାନ୍ତେ, ତା’ହେଲେ ମ୍ୟାନେଜର କହିଥିଲେ ମୁଁ ତାଙ୍କ ଘରକୁ ଯାଇଥାନ୍ତି। 

Advertisment

ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Bhadrak News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ