Advertisment

କ୍ରେନ୍‌ ତଳେ ଘଂଟାଏ ପର୍ଯ୍ୟନ୍ତ ଚାପି ହୋଇ ରହିଲେ ୨ ବାଇକ୍‌ ଆରୋହୀ...

ନୂଆପଡା ଜିଲ୍ଲା ଖଡ଼ିଆଳ ବୋଡେନ ଛକରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କ୍ରେନ ତଳେ ଘଣ୍ଟାଏ ପର୍ଯ୍ୟନ୍ତ ଚାପି ହୋଇଥିଲେ ଦୁଇ ବାଇକ ଆରୋହୀ। ବଡ଼କଷ୍ଟରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି

Accident

Accident

Advertisment

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ବୋଡେନ ଛକରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କ୍ରେନ ତଳେ ଘଣ୍ଟାଏ ପର୍ଯ୍ୟନ୍ତ ଚାପି ହୋଇଥିଲେ ଦୁଇ ବାଇକ ଆରୋହୀ। ବଡ଼କଷ୍ଟରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସକାଳେ ଖଡିଆଳର ବୋଡେନ ଛକରେ ବାଇକରେ ଆସୁଥିବା ୨ ଜଣଙ୍କୁ ଗୋଟିଏ କ୍ରେନ୍ ଧକ୍କା ଦେଇଥିଲା ଫଳରେ ବାଇକ ଆରୋହୀ ୨ ଜଣ ତଳେ ପଶି ଯାଇଥିଲେ। ପୋଲିସ, ଅଗ୍ନିଶମ ବିଭାଗ ଓ ସାଧାରଣ ଲୋକଙ୍କ ଉଦ୍ୟମରେ ଘଣ୍ଟାଏ ପରେ ୨ ଯୁବକଙ୍କୁ ଉଦ୍ଧାର କରାଯାଇଛି ।

Advertisment

ବାଇକ ଆରୋହୀ ଯୁବକ ୨ ଜଣଙ୍କୁ ଉଦ୍ଧାର କରି ମେଡିକାଲ ପଠା ଯାଇଛି। ଘଣ୍ଟାଏ କାଳ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଆହତ ଦୁଇ ଜଣ ହେଲେ ଖଡିଆଳର ରୋମାଞ୍ଚଲ ସାହୁ ଏବଂ ମଣ୍ଡୋସିଲ ଗାଁର କାହ୍ନୁ ସାହୁ। ରୋମାଞ୍ଚଳ ଅଳ୍ପ ଆହତ ହୋଥିବା ବେଳେ କାହ୍ନୁଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି। ଉଭୟଙ୍କୁ ଖଡିଆଳ ମିଶନ ହସପିଟାଲରେ ଭର୍ତ୍ତି କରାଯାଇଛି।

Advertisment
Nuapada Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ