Advertisment

ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନମିଳିଲେ, ଭୋଟ୍ କଥା ଭୁଲିଯାଆ . . .

ଦମଣ୍ଡା ଗାଁ ଲୋକେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ । ନାନାଦି ସମସ୍ୟା ଭିତରେ କଷ୍ଟ ପାଉଥିବା ଦମଣ୍ଡା ଗ୍ରାମବାସୀ ଏବେ ନିଷ୍ପତି ନେଇଛନ୍ତି, ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ କରିବେ।

ଅଦ୍ୟତନ ହୋଇଛି
damanda

damanda

Advertisment

ବୌଦ୍ଧ(ଦୀପକ କୁମାର ଅଦର) : ଏ ଏମିତି ଏକ ଗାଁ, ଯେଉଁଠି ନା ଅଛି ଶିକ୍ଷା କି ସ୍ୱାସ୍ଥ୍ୟ ବ୍ୟବସ୍ଥା । ନାହିଁ ନାହିଁରେ ଥିବା ଏହି ଗାଁର ନାଁ ହେଉଛି ଦମଣ୍ଡା । ବନ ପାହାଡ ଘେରା ବୌଦ୍ଧ ଜିଲ୍ଲାର ଟିକରପଡା ପଞ୍ଚାୟତରେ ଥିବା ଏହି ଛୋଟିଆ ଗାଁଟି ସରକାରଙ୍କ ସବୁ ଯୋଜନାରୁ ବଂଚିତ। ରାଜ୍ୟ କି କେନ୍ଦ୍ର ସରକାରଙ୍କ ଯୋଜନା କେମିତି ଏମାନେ ଦେଖି ନାହାଁନ୍ତି।

Advertisment

ପୁରୁଷ ପୁରୁଷ ଧରି ଏଠାରେ ରହି ଆସୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବାରମ୍ୱାର ଅଭିଯୋଗ କଲା ପରେ ବି ନା ଶୁଣୁଛନ୍ତି ନିର୍ବାଚିତ ପ୍ରତିନିଧି, ନା ଜିଲ୍ଲା ପ୍ରଶାସନ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରୁ ବଂଚିତ ପରେ ବି ଦୁଃଖ ଶୁଣିବାକୁ କେହି ନାହିଁ। ଏବେ ଗୋଟିଏ ନିଷ୍ପତି ସୁବିଧା ନାହିଁ ତ ଭୋଟ ନାହିଁ ।

ରାସ୍ତା ଘାଟ ନଥିବାରୁ ଜଙ୍ଗଲ ପାହାଡ଼ ଘେରା ଏ ଅଂଚଳର ଆଦିବାସୀଙ୍କ ଜୀବନ ଜୀବିକା ହୋଇ ପଡିଛି ଦୁର୍ବିସହ। ସତେ ଯେମିତି ଏମାନଙ୍କ ପାଇଁ ସବୁ ଲରକାରୀ ଯୋଜନା ବନ୍ଦ ହୋଇ ଯାଇଛି। ନିର୍ବାଚନ ସମୟ ଆସିଲେ ଏଠାକୁ ନେତାଙ୍କ ସୁଅ ଛୁଟିଥାଏ। ହେଲେ ନିର୍ବାଚନ ସରିଗଲା ପରେ ପ୍ରତିଶ୍ରୁତି ଭୁଲି ଯାଆନ୍ତି ଜନ ପ୍ରତିନିଧି।

Advertisment

ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାରୁ ପ୍ରତିଦିନ ନାଳ ପାର ହୋଇ ଯାଇଥାନ୍ତି ଗାଁଲୋକେ। ବର୍ଷା ଦିନେ ବର୍ଷା ପାଣିରେ ନାଳ ପୂରି ଯାଉଥିବାରୁ ଯାତାୟାତ ଏକ ପ୍ରକାର ଠପ ହୋଇ ଯାଇଥାଏ। ଆଉ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ତିନି କିଲୋମିଟର ମଲ୍ଲିକପଡ଼ାକୁ ଯିବାକୁ ପଡିଥାଏ। ଯଦି କେହି କେବେ ଅସୁସ୍ଥ ହୁଅନ୍ତି, ତେବେ ବୈଦ୍ୟ ଓ ଗୁଣିଆକୁ ଭରସା କରିଥାନ୍ତି ଦମଣ୍ଡା ଗାଁ ଲୋକେ।

Advertisment

ତେବେ ସମସ୍ୟା ନେଇ ଏମିତି କହିଛନ୍ତି ବୌଦ୍ଧ ଉପଜିଲ୍ଲାପାଳ । ନାନାଦି ସମସ୍ୟା ଭିତରେ କଷ୍ଟ ପାଉଥିବା ଦମଣ୍ଡା ଗ୍ରାମବାସୀ ଏବେ ନିଷ୍ପତି ନେଇଛନ୍ତି, ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ କରିବେ।

No Basic Amenities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ