Advertisment

ଦହି ପୋଦିନା ମାଛ

ଓଡ଼ିଆ ଘରେ ପ୍ରାୟତଃ ସମସ୍ତେ ମାଛ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଘରେ ଘରେ ମାଛକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ମାଛକୁ ନେଇ ଅନେକ ରେସିପି ରହିଛି ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସୁଆଦିଆ ଖାଦ୍ୟରୁ ବଞ୍ଚିତ ରହିଯାଉ । କାରଣ ସୁଆଦିଆ କରିବା ପାଇଁ ଆମ ପାଖରେ ସମୟର ଅଭାବ। ତେବେ କେମିତି କମ୍‌ ସମୟ ମଧ୍ୟରେ ସୁଆଦିଆ ମାଛ ରାନ୍ଧିବେ, ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
ଦହି ପୋଦିନା ମାଛ

dahi pudina fish recipe

Advertisment

ଓଡ଼ିଆ ଘରେ ପ୍ରାୟତଃ ସମସ୍ତେ ମାଛ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଘରେ ଘରେ ମାଛକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ମାଛକୁ ନେଇ ଅନେକ ରେସିପି ରହିଛି ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସୁଆଦିଆ ଖାଦ୍ୟରୁ ବଞ୍ଚିତ ରହିଯାଉ ।  ବିଭିନ୍ନ ଶୈଳୀରେ କେତେବେଳେ ମାଛ ଭଜା ତ କେତେବେଳେ ମାଛ ତରକାରୀ ତିଆରି କରିଥିବେ । ତେବେ ଆମେ ଆପଣମାନଙ୍କୁ ମାଛର ଏକ ନୂଆ ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଦହି ପୋଦିନା ମାଛ’ । ଏହି ରେସିପିଟି  ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Advertisment

ଦହି ପୋଦିନା ପାଇଁ ସାମଗ୍ରୀ: ରୋହି ମାଛ-୧ କେଜି, ପୋଦିନା ବଟା-୧ କପ୍, ସୋରିଷ ବଟା-୧ କପ୍, କଟା ପିଆଜ-୧ କପ୍, ହଳଦୀ ଗୁଣ୍ଡ- ୨ ଚାମଚ, କଞ୍ଚାଲଙ୍କା-୪ଟା, ଶୁଖିଲା ଲଙ୍କା-୨ଟା, ଫୁଟଣ-୧ ଚାମଚ ଓ ସ୍ୱାଦ ଅନୁଯାୟୀ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ । କଞ୍ଚା ଲଙ୍କା,ପୋଦିନାପତ୍ର ଓ ରସୁଣ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ସେହିପରି ସୋରିଷ,ରସୁଣ ଓ କଞ୍ଚାଲଙ୍କା ମିଶାଇ ସୋରିଷର ବଟା ପ୍ରସ୍ତୁତ କରନ୍ତୁ । ଏହା ପରେ ଧୁଆ ହୋଇ ରହିଥିବା ମାଛରେ ଦହି,ପୋଦିନା ପେଷ୍ଟ,ସୋରିଷ ବଟା ,କଟା ପିଆଜ କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ ଓ ୨ ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ। ଏହାପରେ କଡେଇକୁ ଚୁଲିରେ ବସାଇ ୪ ଚାମଚ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ଶୁଖିଲା ଲଙ୍କା ପକାନ୍ତୁ ଓ ତାପରେ ଗୋଳେଇ ରଖିଥିବା ମାଛକୁ ସେଥିରେ ପକାଇ ଅଳ୍ପ ଗୋଳାଇ ହେବା ପରେ ଢାଙ୍କି ଦିଅନ୍ତୁ । ଢାଙ୍କି ହେବାର ୧୫ରୁ ୨୦ ମିନିଟ୍ ପରେ ପ୍ଲେଟକୁ କାଢି ଗରମ ଗରମ ମାଛ ପୋଦିନା ପରଷନ୍ତୁ ।

Advertisment

ଏହି ସହଜ ଦହି ପୋଦିନା ମାଛ ରେସିପି ତିଆରି କରି ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।

Bhubaneswar Odisha Fish Recipe In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ