Advertisment

SCBରେ ମହିଳାଙ୍କ ସଫଳ ମାଢ଼ି ପ୍ରତିରୋପଣ: ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା

ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା ...୭ ଜଣିଆ ଡାକ୍ତରୀ ଟିମ କଲେ ସଫଳ ମାଢ଼ି ପ୍ରତିରୋପଣ...

Cuttack SCB Medical doctors successfully perform Rare Surgery

Cuttack SCB Medical doctors successfully perform Rare Surgery

Advertisment

କଟକ ଏସ୍‌ବିରେ ମହିଳାଙ୍କ ସଫଳ ମାଢ଼ି ପ୍ରତିରୋପଣ । ମାରାତ୍ମକ ବ୍ଲାକ ଫଙ୍ଗସ ସଂକ୍ରମଣରେ ମାଢ଼ି ଓ ଦାନ୍ତ ହରାଇ ଭିନ୍ନକ୍ଷମ ହୋଇଥିବା ମହିଳା ରୋଗୀଙ୍କର ସଫଳ ମାଢ଼ୀ ପ୍ରତିରୋପଣ ହୋଇଛି । ଏସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏହି ସଫଳ ମାଢି ପ୍ରତିରୋପଣ କରାଯାଇଥିବା ସୂଚନା ମିଳିଛି ।

Advertisment

ସୂଚନା ନୁସାରେ, ପୋଷ୍ଟ ବ୍ଲାକ ଫୋଙ୍ଗସ୍ ସର୍ଜରୀ କ୍ଷେତ୍ରରେ ଏହା ପ୍ରଥମ ଘଟଣା । ୩ ମାସ ପରେ ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ସର୍ଜରୀ କରାଯାଇ ଦାନ୍ତ ଲଗାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଏକ ଡାକ୍ତରୀ ଟିମ୍ ୭ ଘଣ୍ଟାର ଜଟିଳ ଅପରେସନ କରି ଏହି ସଫଳତା ହାସଲ କରିପାରିଛନ୍ତି ।

ମାଢ଼ି ଲଗାଇଥିବା ମହିଳା ଜଣକ କହିଛନ୍ତି ଯେ, ‘ବ୍ଲାକ୍ ଫଙ୍ଗସ ହୋଇଯିବା ପରେ ମାଢ଼ି ନଷ୍ଟ ହୋଇଥିଲା । ନୂଆ ମାଢ଼ି ଲାଗିବା ପରେ ମୁଁ ଖାଇ ପାରୁଛି । ଆଗାମୀ ଦିନରେ ମାଢ଼ିରେ ଦାନ୍ତ ଲାଗାଗଲେ ସୁଫଳ ପାଇପାରିବି’ ।

Advertisment

ତେବେ ଏନେଇ ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି ଯେ,‘ଏହି ରୋଗୀ ଜଣକ ମେ ମାସରେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ । ଯାହାର ପ୍ରାୟ ମାସେ ପରେ ବ୍ଲାକ୍‌ ଫଙ୍ଗସରେ ଆକ୍ରାନ୍ତ ହୋଇଥିଲେ । ଏହି କାରଣରୁ ସେ ଖାଇ ପାରୁନଥିଲେ କି କଥାବାର୍ତ୍ତା ମଧ୍ୟ କରିପାରୁନଥିଲେ । ତେଣୁ ତାଙ୍କର ମାଢ଼ି ବାହାର କରିଦିଆଯାଇଥିଲା । ବ୍ଲାକ୍‌ ଫଙ୍ଗସ ଦ୍ୱାରା ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀ ଯାହାଙ୍କ ଆମେ ଚିକିତ୍ସା କରିଛୁ । ଚିକିତ୍ସାରେ ରୋଗୀଙ୍କ ଗୋଡ଼ର ହାଡକୁ କାଟି ମାଢ଼ିରେ ଲଗାଯାଇଛି । ଜଟିଳ ହୋଇଥିବା ସତ୍ତ୍ୱେ ଅସ୍ତ୍ରୋପଚାର ସଫଳ ହୋଇପାରିଛି ।’

Rare Surgery Black Fungus Cuttack Scb Medical
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ