Advertisment

ନିଆରା ଢ଼ଙ୍ଗରେ ମିହିରଙ୍କୁ ଶ୍ରଦ୍ଧାଞ୍ଜଳି, ନିର୍ମାଣ ଚାଲିଛି ୭ ଫୁଟ୍‌ର ବିଶାଳ ମୂର୍ତ୍ତି

କଟକ କୁମ୍ଭାର ସାହିର ଶିଳ୍ପୀମାନେ ଓଲିଉଡର ମିହିର ଦାସଙ୍କ ପ୍ରତି ଏକ ନିଆରା ଢଙ୍ଗରେ ନିଜର ଭଲ ପାଇବା ପ୍ରଦର୍ଶନ କରିଛନ୍ତି । କଟକର କୁମ୍ଭାର ସାହିର ମୂର୍ତ୍ତିଶାଳାରେ ମିହିର ଦାସଙ୍କର ଏକ ମାଟି ମୂର୍ତ୍ତି ତିଆରି ଚାଲିଛି । ପ୍ରାୟ ୧୦ ଦିନ ହେଲାଣି ଦିନରାତି ଏକ୍ କରି ୧୫ ଜଣ ପୋଖତ ଶିଳ୍ପୀ ଏହି ମୂର୍ତ୍ତିକୁ ତିଆରି କରୁଛନ୍ତି ।

ଅଦ୍ୟତନ ହୋଇଛି
Cuttack Kumbhar Sahi Artisans Sculpt Huge Statue Of Late Actor Mihir Das

Cuttack Kumbhar Sahi Artisans Sculpt Huge Statue Of Late Actor Mihir Das

Advertisment

କଳାକାର କେବେ ମରେ ନାହିଁ । ନିଜ କଳା ଜରିଆରେ ଲୋକଙ୍କ ମନ ଭିତରେ ସବୁ ଦିନ ସେ ବଞ୍ଚି ରହେ । ଆଉ ସେହି କଳାକାରକୁ ଯଦି ଆଉ ଏକ କଳାକାର ଶ୍ରଦ୍ଧା କରେ, ଭଲ ପାଏ, ତେବେ ନିଜ କଳା ଜରିଆରେ ତାଙ୍କୁ ବଞ୍ଚାଇ ରଖିବାକୁ ଚେଷ୍ଟା କରେ । ଜଣେ କଳାକାର ପାଇଁ ଏହାଠାରୁ ବଳି ବଡ଼ ଶ୍ରଦ୍ଧାଞ୍ଜଳି ଆଉ କିଛି ହୋଇନପାରେ । ସେହିପରି କଟକ କୁମ୍ଭାର ସାହିର ଶିଳ୍ପୀମାନେ ଓଲିଉଡର ମିହିର ଦାସଙ୍କ ପ୍ରତି ଏକ ନିଆରା ଢଙ୍ଗରେ ନିଜର ଭଲ ପାଇବା ପ୍ରଦର୍ଶନ କରିଛନ୍ତି ।

Advertisment

କଟକର କୁମ୍ଭାର ସାହିର ମୂର୍ତ୍ତିଶାଳାରେ ଓଲିଉଡ୍‌ର ଭୋଳା ଶଙ୍କର ମିହିର ଦାସଙ୍କର ଏକ ମାଟି ମୂର୍ତ୍ତି ତିଆରି ଚାଲିଛି । ପ୍ରାୟ ୧୦ ଦିନ ହେଲାଣି ଦିନରାତି ଏକ୍ କରି ୧୫ ଜଣ ପୋଖତ ଶିଳ୍ପୀ ଏହି ମୂର୍ତ୍ତିକୁ ତିଆରି କରୁଛନ୍ତି । ଏହାର ଉଚ୍ଚତା ପ୍ରାୟ ସାତ ଫୁଟ ରହିଥିବା ସହ ଏହା ଅବିକଳ ମିହିର ଦାସଙ୍କ ପ୍ରତିଛବି ଭଳି ଦୃଶ୍ୟମାନ ହେଉଛି । ଆସନ୍ତା ୧୧ ତାରିଖରେ ମିହିର ଦାସଙ୍କ ୬୩ ତମ ଜନ୍ମଦିନ ଅବସରରେ ଏହି ମୂର୍ତ୍ତିର ଅନାବରଣ କରାଯିବ।

ସୂଚନା ଅନୁସାରେ,ମାଟିର ଏହି ମୂର୍ତ୍ତି ତିଆରି ପଛରେ ଏକ ରୋଚକ କାହାଣୀ ରହିଛି । ଜଣେ ମୂର୍ତ୍ତି କାରିଗରର ଜୀବନୀକୁ ଏକ ଓଡ଼ିଆ ଫିଲ୍ମ ମାଟିର ବନ୍ଧନ ମାଧ୍ୟମରେ ଦର୍ଶାଯାଇଛି । ଚଳଚିତ୍ରର ମୁଖ୍ୟ ଚରିତ୍ରରେ ମିହିର ଦାସ ଅଭିନୟ କରିଛନ୍ତି । କଟକ କୁମ୍ଭାର ସାହିରେ ସେହି ଫିଲ୍ମର କିଛି ଦୃଶ୍ୟ ସୁଟିଂ ମଧ୍ୟ ହୋଇଛି । କୌଣସି କାରଣରୁ ଫିଲ୍ମଟି ଏଯାଏ ରିଲିଜ ହୋଇପାରିନାହିଁ ତେଣୁ କଟକ କୁମ୍ଭାର ସାହିର ଶିଳ୍ପୀମାନେ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ମାଟିର ମୂର୍ତ୍ତି ନିର୍ମାଣ କରିଛନ୍ତି । ସଂସ୍କୃତି ବିଭାଗରେ କିମ୍ବା କଳିଙ୍ଗ ଷ୍ଟୁଡିଓରେ ମିହିର ଦାସଙ୍କ ଏହି ମୂର୍ତ୍ତି ରଖିବାକୁ ଶ୍ରୀତମ ଦାସ ପ୍ରସ୍ତାବ ଦେଇଛନ୍ତି ।

Advertisment
Cuttack Mihir Das Tribute To Mihir Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ