Advertisment

କଟକରେ ଆରମ୍ଭ ହେଲା ଇ-ଟଏଲେଟ୍ : ମାତ୍ର ୧ ଟଙ୍କାରେ ମିଳିବ ସୁବିଧା

କଟକରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଇ-ଟଏଲେଟ୍ ବ୍ୟବସ୍ଥା । କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି । ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ । ଲୋକଙ୍କୁ ୧ ଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ

ଅଦ୍ୟତନ ହୋଇଛି
 e toilet

e toilet

Advertisment

କଟକ(ବିଶ୍ୱଜିତ୍) : କଟକରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଇ-ଟଏଲେଟ୍ ବ୍ୟବସ୍ଥା । କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି । ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ । ଲୋକଙ୍କୁ ୧ ଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ ପରିଚାଳନା କରିବେ ।

Advertisment

ସହରକୁ ବାହାରୁ ଆସୁଥିବା ଲୋକେ ଅନେକ ସମୟରେ ଟଏଲେଟ୍ ଲାଗି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ମହିଳାମାନେ ଢେର ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ସହର ୨ଟି ସ୍ଥାନରେ ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ କରାଯାଇଛି । ଆଗକୁ ସହରର ଅନ୍ୟ ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ଯୋଜନା ରହିଛି । କଟକରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Advertisment

ମଧୁପାଟଣା ଓ ଓଏମପିରେ ଇ-ଟଏଲେଟ୍ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସିଏମସି କମିସନର୍ । କାରଣ ଏଠାରେ ବସ୍ ତଥା ଗନମନାଗମନ ଅଧିକ ଥାଏ । ଇ –ଟଏଲେଟ୍ ସହ ପାଖରେ ରହିଛି ଇଣ୍ଟିଗ୍ରେଟେଡ୍ ଭେଣ୍ଡିଂ ଜୋନ୍ । ଏହି ଦୋକାନକୁ ଚଳାଇବେ ମହିଳା । ଦୋକାନର ଲାଭ ପଇସାରେ ଇ –ଟଏଲେଟ୍ ଚାଲିବ ।

Cuttack E-Toilet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ