Advertisment

ଓଡ଼ିଶାରେ ଔଷଧୀୟ ଗଛର ତ୍ଵରାନ୍ଵିତ କରିବାର ଉପାୟ

ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । କିନ୍ତୁ ଦିନକୁ ଦିନ ଏହିସବୁ ଔଷଧୀୟ ବୃକ୍ଷ ଗୁଡିକ ନଷ୍ଟ ହୋଇଯାଉଥିବାରୁ ବର୍ତ୍ତମାନ ସ୍ଥିତିରେ ଔଷଧୀୟ ବୃକ୍ଷ ଓ ଏହାର ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ କେତେକ ଉଦ୍ୟୋଗୀର ଚାହିଦା ମେଣ୍ଟାଇବା ପାଇଁ ଏହାର କୃଷିକରଣ ଅନିବାର୍ଯ୍ୟ ହୋଇପଡିଛି ।

ଅଦ୍ୟତନ ହୋଇଛି
Cultivation of medicinal plants in Odisha

Cultivation of medicinal plants in Odisha

Advertisment

ଭାରତ ବର୍ଷକୁ ହାରାହାରି ୩୦୦ ମିଲିଅନଡଲାର (ଆମେରୀକାୟ ମୁଦ୍ରା) ମୂଲ୍ୟର ଔଷଧୀୟ ଗଛ ରପ୍ତାନି କରୁଛି । ବିଶେଷକରି ଆମେରିକା, ଜର୍ମାନ, ଫ୍ରାନ୍ସ , ସ୍ୱିଜରଲ୍ୟାଣ୍ଡ ,ଇଂଲଣ୍ଡ ଓ ଜାପାନ ଭାରତଠାରୁ ଔଷଧୀୟ ଗଛ ସାମଗ୍ରୀ ଆମଦାନୀ କରିଥାନ୍ତି । ଏ କ୍ଷେତ୍ରରେ ମୁଖ୍ୟ ଔଷଧୀୟ ଫସଲଗୁଡିକ ହେଲା ଘିକୁଆଁରି, ବେଲାଡୋନା , ଭୁଇଁନିମ୍ବ, ବଚ, ସେନା, ଅଶ୍ଵଗନ୍ଧା, ସର୍ପ ଗନ୍ଧା ଓ ଗୁଗୁଳ ଇତ୍ୟାଦି ।

Advertisment

ଓଡ଼ିଶାରେ ଔଷଧୀୟ ଗଛ ଚାଷ:

ଓଡିଶାର ଜଳବାୟୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଚାଷ ପାଇଁ ଅନୁକୂଳ ଅଟେ । ରପ୍ତାନିଯୋଗ୍ୟ ଔଷଧୀୟ ଗଛଗୁଡିକ ଏଠାରେ ସୁବିଧାରେ ଚାଷ କରାଯାଇପାରିବ । ସେଥିମଧ୍ୟରୁ ମୁଖ୍ୟ ଗଛଗୁଡିକ ହେଲା –ଅଶ୍ଵଗନ୍ଧା , ସର୍ପଗନ୍ଧା ,ଭୁଇଁନିମ୍ବ, ସଫେଦମସଲି, ସେନା, ଘିକୁଆଁରୀ, ଗୁଡମାରୀ , ଗନ୍ଧଶୁଣ୍ଠି, ଗୋଲମରିଚ ଓ ପିପ୍ପଳୀ ଆଦି ଗୁଟୁତ୍ଵପୂର୍ଣ୍ଣ ଅଟେ । ଏହି ଗଛ ଗୁଡିକ ଚାଷ କରିବା ପାଇଁ ଚାଷୀ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏହାଦ୍ଵାରା ସେମାନଙ୍କର ଆଗ୍ରହ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ଓଡ଼ିଶାରେ ଔଷଧୀୟ ଗଛ ଚାଷର ମୁଖ୍ୟ ସମସ୍ୟାଗୁଡିକ ହେଲା ...

  • ନିର୍ଦ୍ଧିଷ୍ଟ ଔଷଧୀୟ ଗଛଗୁଡିକ ଆବଶ୍ୟକତା ବିଷୟରେ ଜ୍ଞାନର ଅଭାବ । ଔଷଧୀୟ ଗଛ ଗୁଡିକର ବ୍ୟବସାୟିକ ଚାହିଦା ବା ଉପଯୋଗିତା ବିଷୟରେ ଚାଷୀମାନଙ୍କର ଅଜ୍ଞତା,ଏ ଦିଗରେ ଏକ ମୁଖ୍ୟ ପ୍ରତିବନ୍ଧକ ଅଟେ ।
  • ବିଭିନ୍ନ ପ୍ରକାରର ଔଷଧୀୟ ଗଛର ଉନ୍ନତ କିସମ ବିହନର ଅଭାବ ।
  • ବୈଜ୍ଞାନିକ ପ୍ରଣାଳୀରେ ଓ ବ୍ୟବସାୟିକ ଭିତ୍ତିରେ ସଠିକ ଚାଷ ପ୍ରଣାଳୀ ଓ ଏହାର ବ୍ୟବହୃତ ଅଂଶର ଉପଯୁକ୍ତ ରକ୍ଷଣାବେକ୍ଷଣା ସମ୍ବନ୍ଧୀୟ ଜ୍ଞାନର ଅଭାବ ।
Advertisment

ଔଷଧୀୟ ଗଛର ତ୍ଵରାନ୍ଵିତ କରିବାର ଉପାୟ:

  • ଔଷଧୀୟ ଗଛ ଚାଷକୁ ରାଜ୍ୟରେ ତ୍ୱରାନିତ କରିବା ପାଇଁ ଅନେକ ଉପାୟ କରାଯାଇପାରିବ ।
  • ଯେପରି ସାଧାରଣ ପନିପରିବା ହାଟ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ, ଗୋଟିଏ ନିର୍ଦ୍ଧିଷ୍ଟ ବାରରେ ପ୍ରତି ସପ୍ତାହରେ ଅନୁଷ୍ଠିତ ହେଉଛି । ସେହିପରି ଔଷଧୀୟ ଗଛ ଏବଂ ଏଥିରୁ ଜାତ ସାମଗ୍ରୀର ବିପୁଳ ସୁବିଧା ପାଇଁ ଏହିପରି ନିର୍ଦ୍ଧିଷ୍ଟ ସ୍ଥାନ ପ୍ରତ୍ୟେକ ଆଞ୍ଚଲରେ ସରକାରୀ ଅନୁମୋଦନ ପ୍ରତିଷ୍ଠା ହେବା ଆବଶ୍ୟକ ।
  • ଏହାଛଡା , ଚାଷୀମାନଙ୍କୁ ଏଥିପାଇଁ ବିଶେଷ କୃଷି ଋଣ ପ୍ରଦାନ, ଜମି ଲିଜ ଦେବା ପ୍ରଭୁତି ପଦକ୍ଷେପ ତ୍ୱାରାନ୍ଵିତ କଲେ ଉପରୋକ୍ତ ଆଭିମୁଖ୍ୟ ସଫଳ ହୋଇପାରିବ ।
Farming In Odisha Medicinal Plants In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ