ମହୁ ଚାଷ କରି ହୁଅନ୍ତୁ ଲାଭବାନ୍

ଶରୀରର ଶକ୍ତିର ମୁଖ୍ୟ ସ୍ରୋତ ମହୁ ଅଟେ । ମହୁରେ କାର୍ବୋହାଇଡ୍ରେଟ୍ ପ୍ରଚୁର ପରିମାଣରେ ମିଳିଥାଏ ଯାହା ଶରୀରକୁ ଅଧିକ ଶକ୍ତି ମିଳି ଥାଏ । ଏହା ସହ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ । ଆପଣ ବହୁତ କମ୍ ଖର୍ଚ୍ଚରେ ମହୁ ଚାଷ କରି ଲାଭବାନ୍ ହୋଇପାରିବେ ।

Cultivating honey is beneficial

News Summary

ରୋଜଗାର ବୃଦ୍ଧି ପାଇଁ କରନ୍ତୁ ମହୁ ଚାଷ ।

ବର୍ତ୍ତମାନ ସମୟରେ ସମଗ୍ର ଦେଶ ଦୁନିଆ covid-19 ମହାମାରୀରେ ପଡି କଷ୍ଟ ପାଉଛି, ଏହି ଅସୁବିଧା ସମୟରେ ମହୁ ଚାଷ ନିମ୍ନଗାମୀ ଥିବା ଅର୍ଥ ବ୍ୟବସ୍ଥାରେ ଆପଣଙ୍କୁ ରୋଜଗାରର ସ୍ରୋତ ବଢାଇବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ମହୁ ଛାଷ ବା ମହୁ ମାଛି ପାଳନ କିପରି ଆମର ଆର୍ଥିକ ଅବସ୍ଥାକୁ ସୁଦୃଢ କରିବା ସହିତ ଆମର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ କାର୍ଯ୍ୟକାରୀ ହୋଇଥାଏ ।