Advertisment

ଗୋପ ବ୍ଲକରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ : କ୍ଷେତ୍ର ପରିଦର୍ଶନ କରିଛନ୍ତି ଭୂତତ୍ତ୍ୱବିତ୍

ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା

Crude Oil & Natural Gas

Crude Oil & Natural Gas

Advertisment

ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ଭୂତତ୍ତ୍ୱବିତ । ନିମାପଡ଼ା କଲେଜର ଜିଓଲୋଜି ବିଭାଗମୁଖ୍ୟ ଏବଂ ଗବେଷଣାରତ ଛାତ୍ର ମାନେ କ୍ଷେତ୍ର ପରିଦର୍ଶନ କରିବା ସହ ମାଟିର ପରୀକ୍ଷା କରିଛନ୍ତି । ମହାନଦୀର ଡେଲଟା ଅଞ୍ଚଳ ବା ସମୁଦ୍ରରୁ ୧୦ କିଲୋମିଟର ବ୍ୟବଧାନରେ ଥିବା ଏହି କେତେ ପରିମାଣର ଗ୍ୟାସ ଓ ତୈଳର ରହିଛି ସେନେଇ ଗବେଷଣା ଜାରି ରହିଛି । ଅନ୍ୟପକ୍ଷରେ ଉପଯୁକ୍ତ କ୍ଷତିପୂରଣ ମିଳିଲେ ଅଏଲ ଇଣ୍ଡିଆକୁ ସହଯୋଗ କରିବେ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

Advertisment

ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା । ୧୨୪୮ କୋଟି ଟଙ୍କା ନିବେଶରେ ଏହି ସର୍ଭେ କରାଯାଇଥିଲା । ଓଡ଼ିଶାର ୫ ଟି ବ୍ଲକର ୩ ହଜାର ବର୍ଗ କିମି ସର୍ଭେ ପରେ ଗୋପ ବ୍ଲକ ଅଞ୍ଚଳରୁ ୨ ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ଜଣାପଡିଛି ।

ବିଶେଷ କରି ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନ ଗୋପ ପଞ୍ଚାୟତ କୁସୁପୁର ମୌଜା ରେ ସ୍ୟାଟେଲାଇଟ ମ୍ୟାପ ଯୋଗେ ୮ଏକର ଜାଗା ଚିହ୍ନଟ କରାଯିବା ସହ ମହଲପଡା ପଞ୍ଚାୟତ ଚିତେରା ମୌଜାରେ ମଧ୍ୟ ୮ଏକର ଜମି ଚିହ୍ନଟ କରାଯାଇ ଥିବା ଜଣାପଡିଛି । ଅଏଲ ଇଣ୍ଡିଆ ପକ୍ଷରୁ ଉପକୂଳବର୍ତ୍ତୀ ଭୂତଳରେ ଥିବା ପ୍ରାକୃତିକ ଇନ୍ଧନର ସନ୍ଧାନ ପାଇଁ ଅଏଲ ଇଣ୍ଡିଆ ଦ୍ଵାରା ନିଯୁକ୍ତ ହାଇଦ୍ରାବାଦର ଆଲଫା ଜିଓ ଇଣ୍ଡିଆ ଲିମିଟେଡ ନାମକ ଏକ ସର୍ଭେ ସଂସ୍ଥା ସର୍ଭେ କରିଥିଲା ।

Advertisment

ପ୍ରାଥମିକ ପର୍ଯ୍ୟାୟରେ ସାଟଲାଇଟ ଚିତ୍ର ମାଧ୍ୟମରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୦୦ଫୁଟ ବୋରିଙ୍ଗ କରାଯାଇ ଏହି ଗର୍ତ୍ତ ମଧ୍ୟରେ ଡିନାମାଇଟ ବ୍ଳାଷ୍ଟିଙ୍ଗ କାରାଯାଇଥିଲା । ବ୍ଳାଷ୍ଟିଙ୍ଗ ଦ୍ଵାରା ଭୂତଳରେ ସୃଷ୍ଟି ହେଉଥିବା ତରଙ୍ଗକୁ ଏକ ଲାବୋରୋଟୋରି ଭ୍ୟାନରେ ସେନ୍ସର ମାଧ୍ୟମରେ ବୈଜ୍ଞାନିକ ମାନେ ଚିତ୍ର ଉତ୍ତୋଳନ କରିଥିଲେ । ଆଉ ଏଥିରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ମିଳିଥିବା କୁହାଯାଉଛି ।

Gop Crude Oil Natural Gas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ