Crow Death
Advertisment
ଖୋର୍ଦ୍ଧା: ବେଗୁନିଆ ବ୍ଲକର ରାଉତପଡ଼ା ପୋତଳାଙ୍ଗ ଗାଁରେ କାଉ ମଡ଼କ । ଗାଁର ଯୁଆଡ଼େ ନାହିଁ ସିଆଡ଼େ କାଉ ମରି ପଡୁଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ହେଲା ଗାଁର ବିଭିନ୍ନ ସ୍ଥାନରେ କାଉ ମରି ପଡୁଛନ୍ତି । ତେବେ ଏଭଳି କାଉ ମଡ଼କର କାରଣ ବାର୍ଡ ଫ୍ଲୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।
Advertisment
ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଉ ମରି ପଡ଼ିଥିବା ଦେଖି ଗାଁ ଲୋକେ ବେଗୁନିଆ ପ୍ରାଣୀଧନ ଚିକିତ୍ସାଳୟକୁ ଖବର ଦେଇଥିଲେ । ଖବର ପାଇବା ପରେ ଗୋଟିଏ ଟିମ୍ ଗାଁରେ ପହଞ୍ଚି ମୃତ କାଉଙ୍କୁ ଏକାଠି କରି ସେମାନଙ୍କ ନମୁନା ସଂଗ୍ରହ କରିଛନ୍ତି । ରିପୋର୍ଟ ଆସିବା ପରେ କାଉ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।
Also Read
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Crow_Death_1636463506.jpg)


