Advertisment

ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ

ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ବଢିବାରେ ଲାଗିଛି । ନୂଆବର୍ଷ ଯେତିକି ପାଖେଇ ଆସୁଛି ସେତିକି ଭିଡ ଜମୁଛି ପର୍ଯ୍ୟଟନ ସହର ପୁରୀରେ। ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ହଲି ଡେ କଟାଇବା ପାଇଁ ପୁରୀକୁ ଛୁଟୁଛନ୍ତି ।

ଅଦ୍ୟତନ ହୋଇଛି
undefined

Puri Jagannath Temple

Advertisment

ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ବଢିବାରେ ଲାଗିଛି । ନୂଆବର୍ଷ ଯେତିକି ପାଖେଇ ଆସୁଛି ସେତିକି ଭିଡ ଜମୁଛି ପର୍ଯ୍ୟଟନ ସହର ପୁରୀରେ। ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ହଲି ଡେ କଟାଇବା ପାଇଁ ପୁରୀକୁ ଛୁଟୁଛନ୍ତି । ଶ୍ରୀମନ୍ଦିର ରେ ଦର୍ଶନ ପରେ ବେଳାଭୂମିର ସୌନ୍ଦର୍ଯ୍ୟ କୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଯାହାକୁ ନେଇ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Advertisment

ଗହଳି କିଭଳି ଅଧିକ ସମୟ ରହିବ ନାହିଁ ତା ଉପରେ ଗୁରୁତ୍ୱ ଦିଆଯାଇଛି। ସବୁଆଡେ ବ୍ୟାରିକେଡ ଲଗାଯାଇଛି। ଆବଶ୍ୟକ ପଡିଲେ ପ୍ରମାଣ ପତ୍ର ଚେକିଂ କାଉଣ୍ଟର ଅଧିକ କରାଯିବା ପାଇଁ ପ୍ଲାନିଂ କରିଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ଗହଳି ସମୟରେ ୮ପ୍ଲାଟୁନ ପୋଲିସ ମୁତୟନ କରାଯାଇଥାଏ କିନ୍ତୁ ଏବେ ୪ପ୍ଲାଟୁନ ପୋଲିସ ଅଧିକ ଲଗାଯାଇଛି। ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି।

ବର୍ଷର ଅନ୍ତିମ ଦିନରେ ବର୍ଷସାରାର ସ୍ମୃତିକୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଢାଳି ଦେବା ସହ ନୂଆବର୍ଷ ନୂତନ ଆଶା ନୂଆ ବିଶ୍ୱାସ, ନୂଆ ଉଦ୍ଦୀପନା ନେଇ ସାରା ଜଗତର ମଙ୍ଗଳ କାମନା କରିବା ପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଭକ୍ତଗଣ। ସେଥିପାଇଁ ଶ୍ରୀମନ୍ଦିରରେ ଗହଳି ଚହଳି ଢେର ବେଶୀ ବଢିଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଆର୍ଶୀବାଦ ନେଉଛନ୍ତି। ଯାହାକୁନେଇ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ପ୍ରମାଣପତ୍ର ଯାଞ୍ଚ କରି ଦଫା ଦଫା କରି ଶ୍ରୀମନ୍ଦିର କୁ ଯାଉଛନ୍ତି ଭକ୍ତଗଣ।

Advertisment

ରିପୋର୍ଟର- ମଧୁସୂଦନ ମିଶ୍ର

Puri Jagannath Temple New Year Gathering
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ