Crocodile menace panics locals in Odisha’s Chandbali
ନଦୀକୂଳିଆ ଲୋକଙ୍କୁ କୁମ୍ଭୀର ଭୟ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଦେଇ ବହିଥିବା ଏକାଧିକ ନଦୀରେ ଏବେ କୁମ୍ଭୀର ଆତଙ୍କ। ବୈତରଣୀ, ସାଳନ୍ଦୀ ଏବଂ ମନ୍ତେଇ ନଦୀରେ କୁମ୍ଭୀରଙ୍କ ଡରରେ ଲୋକେ ଆତଙ୍କିତ।
ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀ ସମେତ ୧୫ରୁ ଉର୍ଦ୍ଧ୍ୱ ଶାଖା ନଦୀରେ ଦେଖିବାକୁ ମିଳୁଛି କୁମ୍ଭୀର ଆତଙ୍କ। ସ୍ଥାୟୀ ସମାଧାନ ଦିଗରେ ନଦୀକୂଳରେ ତାର ବାଡ଼ କିମ୍ବା କ୍ରୋକୋଡ଼ାଇଲ ସେଫ୍ ସେଣ୍ଟର ଆବଶ୍ୟକ ରହିଛି। କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ନଦୀ କୂଳିଆ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।
ଚାନ୍ଦବାଲି ବ୍ଲକର ନଦୀ କୂଳିଆ ଗାଁ ଗୁଡ଼ିକ ମଧ୍ୟରେ ମୂଆଁ, ଶୀତଳପୁର, ଓଳଗ, ସାଠି ବାଙ୍କୁଡା, କୁଲିବିନ୍ଧା, କୁହ୍ଲି, ହରିପୁର ସହ କନ୍ଧା, ଧ୍ରୁବପଲ୍ଲୀ, ରାଜେନ୍ଦ୍ର ପଲ୍ଲୀ, କନକ ପଲ୍ଲୀ, ଗରିପୁର ଓ ମଧୁପୁର ରହିଛି।
ଏସବୁ ଗାଁର ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନଦୀ ଉପରେ ନିର୍ଭର କରିଥାନ୍ତି । ତେଣୁ ଟିକିଏ ଅସାବଧାନ ହେଲେ ମଣିଷ କୁମ୍ଭୀର ମୁହଁରେ ପଡ଼ିବାର ସମ୍ଭାବନା ରହିଛି । ଅନ୍ୟପକ୍ଷେ, ଏନେଇ ବନ ବିଭାଗ ସଜାଗ ଥିବା ବେଳେ ସୁରକ୍ଷା ଉପକରଣ ଲଗାଇବାର ଯୋଜନା ଥିବା ଭଦ୍ରକ ବନଖଣ୍ଡ ଅଧିକାରୀ କହିଛନ୍ତି।
(ରିପୋର୍ଟ- ଚାନ୍ଦବାଲି, ତ୍ରିଲୋଚନ ସାହୁ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693812031.jpg)