Advertisment

ମହିଳାଙ୍କୁ ଖାଇଦେଲା କୁମ୍ଭୀର, ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ ଅଭାବନୀୟ ଘଟଣା...

ମହିଳାଙ୍କୁ ଖାଇଦେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
undefined

Crocodile Attack

Advertisment

କେନ୍ଦ୍ରାପଡ଼ା ପରେ ଯାଜପୁରରେ କୁମ୍ଭୀର ନେଲା ଆଉ ଏକ ଜୀବନ। ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ପାଟପୁରରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଗାଁର ଜୋସ୍ନା ଜେନା ବିରୁପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ। ଏହି ସମୟରେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା। ପରେ କୁମ୍ଭୀର ମହିଳାଙ୍କୁ ଆକ୍ରମଣ କରୁଥିବା ଘଟଣା ମୋବାଇଲରେ କଏଦ ହୋଇଛିା 

ନଦୀ କୂଳରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛିା ସୂଚନାଥାଉ କି, ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଲଗାତାର ୪ରୁ ଅଧିକ କୁମ୍ଭୀର ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା।

Advertisment
Crocodile Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ