Advertisment

ଅନ୍ତିମ ସଂସ୍କାରର ନୂଆ ପଦ୍ଧତି; ବ୍ୟାଗ ଭିତରେ ମିଳେଇ ଯିବ ଶବ

ଶବ ପୋଡାହେଲେ ଅନେକ କାଠ ଦରକାର ହୋଇଥାଏ। ଏଥିପାଇଁ ଅନେକ ଗଛ ମଧ୍ୟ କାଟିବାକୁ ପଡେ। ପରିବେଶକୁ ରକ୍ଷା କରିବା ପାଇଁ ବର୍ତ୍ତମାନ ବୈଦ୍ୟୁତିକ ପଦ୍ଧତି ଗ୍ରହଣ କରାଯାଉଛି। କିନ୍ତୁ ଏହି ସମୟରେ ବ୍ରିଟେନ୍‌ରେ ଆଉ ଏକ ନୂଆ ପଦ୍ଧତି ଆରମ୍ଭ କରାଯାଇଛି। ଚାରି ଘଣ୍ଟାରେ ମେସିନ୍‌ରେ ମିଳେଇ ଯିବ ଶରୀର, ବ୍ୟାଗ୍‌ରେ ରହିଯିବ ହାଡ ଏବଂ ପାଉଁଶ।

ଅଦ୍ୟତନ ହୋଇଛି
Cremation New Method

Cremation new method body decompose in the bag

Advertisment

ମଣିଷ ଏହି ଦୁନିଆରେ ଭୋଗ-ବିଳାସର ସବୁ କିଛି ବ୍ୟବହାର କରେ। ଯେତେବେଳେ ସେ ମୃତ୍ୟୁବରଣ କରେ ସେତେବେଳେ ନିଜ କର୍ମ ଅନୁଯାୟୀ ସ୍ୱର୍ଗ କିମ୍ବା ନର୍କ ପ୍ରାପ୍ତହୁଏ ବୋଲି ବିଶ୍ୱାସ ରହିଛି। ମଣିଷର ମୃତ୍ୟୁ ପରେ ଶବଦାହ କରିବାର ଅନେକ ଉପାୟ ରହିଛି। ଧର୍ମ ଆଧାରରେ ମୃତମାନଙ୍କ ଏହି ପଦ୍ଧତିଗୁଡ଼ିକ ସ୍ଥିର କରାଯାଏ। ହିନ୍ଦୁ ଧର୍ମରେ ସାଧାରଣତଃ ମୃତ ଶରୀରକୁ ପୋଡି ଦିଆଯାଏ। ମୁସଲମାନ ଏବଂ ଖ୍ରୀଷ୍ଟିଆନମାନେ ମୃତକମାନଙ୍କୁ କବର ଦିଅନ୍ତି। ତେବେ ଏହି ସବୁ ପ୍ରକ୍ରିୟା ଅନେକ ସମୟ ନେଇଥାଏ।

Advertisment

ଗତ କିଛି ବର୍ଷ ହେଲା ଭାରତରେ ମୃତ ଶରୀରକୁ ବୈଦ୍ୟୁତିକ ପଦ୍ଧତିରେ ସତ୍କାର କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ପଦ୍ଧତିରେ ମୃତ ଶରୀରକୁ ଏକ ଭାଟି ଭଳି ଷ୍ଟ୍ରକ୍ଚର ଭିତରେ ପୂରେଇ ପୋଡାଯାଏ। ହିନ୍ଦୁମାନେ ବର୍ତ୍ତମାନ ଏହି ପଦ୍ଧତି ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏହା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଛି।

ଯେତେବେଳେ ଶ୍ମଶାନରେ ଶବ ପୋଡାଯାଏ ଅନେକ କାଠ ଦରକାର ହୋଇଥାଏ। ଏଥିପାଇଁ ଅନେକ ଗଛ ମଧ୍ୟ କାଟିବାକୁ ପଡେ। ପରିବେଶକୁ ରକ୍ଷା କରିବା ପାଇଁ ବର୍ତ୍ତମାନ ଏହି ବୈଦ୍ୟୁତିକ ପଦ୍ଧତି ଗ୍ରହଣ କରାଯାଉଛି। କିନ୍ତୁ ଏହି ସମୟ ମଧ୍ୟରେ ବ୍ରିଟେନ୍‌ରେ ଆଉ ଏକ ନୂଆ ପଦ୍ଧତି ଆରମ୍ଭ କରାଯାଇଛି।

Advertisment

ନିଆଁର ଆବଶ୍ୟକତା ନାହିଁ:

ବ୍ରିଟେନରେ ଆରମ୍ଭ ହୋଇଥିବା ଏହି ନୂଆ ପଦ୍ଧତିରେ ନିଆଁର କୌଣସି ଆବଶ୍ୟକତା ପଡିବ ନାହିଁ। ମୃତ ଶରୀର ପାଣିରେ ହିଁ ମିଳେଇ ଯିବ। ଏହି ପଦ୍ଧତିରେ ଶବଗୁଡ଼ିକୁ ଏକ ବଡ ବ୍ୟାଗ ପରି ଟ୍ୟାଙ୍କରେ ରଖାଯିବ। ଏହା ପରେ ଶରୀରକୁ ଏକ ମେସିନରେ ଭର୍ତ୍ତି କରାଯିବ, ଯାହା ଭିତରେ ଶବ ମାତ୍ର ଚାରି ଘଣ୍ଟା ମଧ୍ୟରେ ମିଳେଇ ଯିବ। ଏହି ପଦ୍ଧତିରେ ନିଆଁ ବଦଳରେ ଫୁଟୁଥିବା ପାଣି ବ୍ୟବହାର କରାଯିବ। ଚାରି ଘଣ୍ଟା ପରେ ମେସିନ୍‌ରେ ଭର୍ତ୍ତି ହୋଇଥିବା ବ୍ୟାଗ୍‌ରେ କେବଳ ହାଡ ଏବଂ ପାଉଁଶ ରହିଯିବ, ଯାହା ସମ୍ପର୍କୀୟଙ୍କୁ ଦିଆଯିବ।

ଏହି ଦେଶଗୁଡ଼ିକରେ ପୂର୍ବରୁ ବ୍ୟବହୃତ:

ନିକଟରେ ଏହି ପଦ୍ଧତି ବ୍ରିଟେନରେ ଆରମ୍ଭ ହୋଇଛି। ଏହି ପଦ୍ଧତି ଏପର୍ଯ୍ୟନ୍ତ ଭାରତରେ ବ୍ୟବହୃତ ହୋଇନାହିଁ। କିନ୍ତୁ ଏହି ପଦ୍ଧତି ଦକ୍ଷିଣ ଆଫ୍ରିକା, କାନାଡା ଏବଂ ଆମେରିକାର କିଛି ଅଞ୍ଚଳରେ ବହୁ ବର୍ଷ ଧରି ପ୍ରସିଦ୍ଧ। ପୂର୍ବରୁ ଯେଉଁଠାରେ ଶବଦାହ ପ୍ରଣାଳୀ ଯଥେଷ୍ଟ ସୀମିତ ଥିଲା, ଆଜିର ସମୟରେ ଅନେକ ପଦ୍ଧତି ପ୍ରସିଦ୍ଧ ହୋଇପାରିଛି। ବର୍ତ୍ତମାନ ଏହି ଜଳ ପଦ୍ଧତି ମଧ୍ୟ ଆରମ୍ଭ ହୋଇଛି। ଧୀରେ ଧୀରେ ଅନ୍ତିମ ସଂସ୍କାରର ବି ବ୍ୟବସାୟଭିତ୍ତିକ ହେବାରେ ଲାଗିଛି।

Advertisment
Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ