Advertisment

ଠପ୍ ହୋଇଯାଇଛି ବ୍ୟାଣ୍ଡ ପାର୍ଟି କର୍ମଚାରୀଙ୍କ ରୋଜଗାର; ଦାଦନ ଖଟି ପୋଷୁଛନ୍ତି ପେଟ

ଠପ୍ ହୋଇଯାଇଛି ବ୍ୟାଣ୍ଡ ପାର୍ଟି କର୍ମଚାରୀଙ୍କ ରୋଜଗାର । ପୂର୍ବରୁ ପାର୍ବଣ ଋତୁ ଆସିଲେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି ଏହି ବ୍ୟାଣ୍ଡ ପାର୍ଟି ଏବଂ ଡିଜେ ଷ୍ଟାଫ୍ ହେଲେ କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ଏମାନେ ହାତ ବାନ୍ଧି ବସିଛନ୍ତି ।

Covid Pandemic Affecting Band Party Group Badly

Covid Pandemic Affecting Band Party Group Badly

Advertisment

କଟକ,ବ୍ରହ୍ମପୁର (ବିଶ୍ୱଜିତ୍ ଆଚାର୍ଯ୍ୟ ଓ ଅଶୋକ ବ୍ରହ୍ମା) : ଠପ୍ ହୋଇଯାଇଛି ବ୍ୟାଣ୍ଡ ପାର୍ଟି କର୍ମଚାରୀଙ୍କ ରୋଜଗାର । ପୂର୍ବରୁ ପାର୍ବଣ ଋତୁ ଆସିଲେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି ଏହି ବ୍ୟାଣ୍ଡ ପାର୍ଟି ଏବଂ ଡିଜେ ଷ୍ଟାଫ୍ ହେଲେ କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ଏମାନେ ହାତ ବାନ୍ଧି ବସିଛନ୍ତି । କୌଣସି ଅର୍ଡର ନଥିବାରୁ ସେମାନଙ୍କ ପରିବାର ଭରଣ ପୋଷଣ କଷ୍ଟକର ପାଲଟିଛି । ଫଳରେ ପେଟପାଟଣା ପାଇଁ ବାଧ୍ୟ ହୋଇ ସେମାନେ ଦିନ ମଜୁରିଆ ଓ ଦାଦନ ଖଟି ନିଜ ପରିବାର ପୋଷୁଛନ୍ତି ।

Advertisment

ସମସ୍ତଙ୍କର ଅପେକ୍ଷା ଥାଏ, କେବେ ଆସିବ ପାର୍ବଣ ଋତୁ, ଆରମ୍ଭ ହେବ ରୋଜଗାର । ହେଲେ ମହାମାରୀ ଯୋଗୁଁ ପୂରା ହାତ ବାନ୍ଧି ବସିଛନ୍ତି ବ୍ୟାଣ୍ଡ ପାର୍ଟି ଷ୍ଟାଫ୍ । ଏମାନେ ପାର୍ବଣ ଋତୁର ଗଣେଣ ପୂଜାଠୁ ଆରମ୍ଭ କରି ଗଜଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ବ୍ୟାଣ୍ଡ ବାଜା ବଜାଇ ଭଲ ଦି ପଇସା ଇନ୍‌କମ୍‌ କରିଥାନ୍ତି । ଦଶହରା ଏବଂ ଭସାଣି ବେଳେ ରୋଜଗାର କରି ଖୁସିରେ ପରିବାର ପ୍ରତିପୋଷଣ କରନ୍ତି ହେଲେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ସେମାନଙ୍କୁ କୌଣସି ଅର୍ଡର ଆସୁନି ।

ବର୍ତ୍ତମାନର ସଂକ୍ରମଣ ହାର ନିମ୍ନଗାମୀ ହେବା ପରେ ସେମାନେ ଭାବିଥିଲେ ଯେ, ସେମାନଙ୍କୁ କାମ ମିଳିବ କିନ୍ତୁ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଏବଂ ଟ୍ୱିନ୍ ସିଟିରେ ୧୦ ଦିନ ପାଇଁ ରାତି ୮ରୁ ନାଇଟ୍ କର୍ଫ୍ୟୁ ଲାଗିବାକୁ ଥିବାରୁ ସେମାନଙ୍କର ଆଶା ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି । ଖାସ୍ କରି କଟକରେ ରହୁଥିବା ଏବଂ ବ୍ୟାଣ୍ଡ ପାର୍ଟି ବାଜା ବଜାଇ ପରିବାର ପୋଷୁଥିବା କର୍ମଚାରୀମାନେ ଏବେ ନିରାଶ ହୋଇଯଆଇଛନ୍ତି । ତେବେ ଏଥର ମଧ୍ୟ ପୂଜା ନହେଲା ନାହିଁ, ବାହାଘର, ବ୍ରତଘର ଭଳି ମାଙ୍ଗଳିକ କାର୍ଯ୍ୟରେ ପରିବେଷଣ ପାଇଁ ଅନୁମତି ଦେବାକୁ ବ୍ୟାଣ୍ଡ ପାର୍ଟି କର୍ମଚାରୀଙ୍କ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି ।

Advertisment

ବ୍ୟାଣ୍ଡ ପାର୍ଟି ଷ୍ଟାଫ୍‌ କହିଛନ୍ତି ଯେ, ଗତ ଦୁଇ ବର୍ଷ ହେବ କୌଣସି କାମ ମିଳୁନଥିବାରୁ ବ୍ୟାଣ୍ଡ ପାର୍ଟି କାମ କରୁଥିବା କର୍ମୀମାନେ ଅନ୍ୟ ସ୍ଥାନକୁ ଦାଦନ ଘଟିବା ତଥା ଦିନ ମଜୁରୀଆ କାମ କରିବା ପାଇଁ ଚାଲିଯାଇଛନ୍ତି । ଗତ ୨ ବର୍ଷ ହେଲାଣି ହଇରାଣରେ ଚଳୁଛନ୍ତି କର୍ମୀମାନେ । ସରକାରଙ୍କୁ ବାରମ୍ୱାର ଅନୁରୋଧ ପରେ ସରକାର ଅନୁମତି ଦେବାକୁ କହିଥିଲେ ସତ୍ତ୍ୱେ ଅନୁମତି ନଦେଇଥିବାର ଅଭିଯୋଗ କରିଛନ୍ତି । ତେବେ ଏମିତି ପରିସ୍ଥିତିରେ ସେମାନେ କେମିତି ବଞ୍ଚିବେ ଓ କଣ କରିବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି ବୋଲି କହିଛନ୍ତି ବ୍ୟାଣ୍ଡ କର୍ମୀ ।

ସେହିପରି ପାର୍ବଣ ଆସିଲେ, ବ୍ରହ୍ମପୁରର ବ୍ୟାଣ୍ଡ ପାର୍ଟିଙ୍କ କଚେ ପୁଅ ବାର୍ କହିଳେ ଚଳେ । ଏହାସହ ସେମାନେ ଦୀର୍ଘ ଦିନ ଧରି ଜିଲ୍ଲା ବାହାରକୁ ଯାଇ ମଧ୍ୟ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି । ବିଶେଷ କରି ଦୁର୍ଗାପୂଜା ଭସାଣି ସମୟରେ ଅର୍ଡର ପାଇ ସେମାନେ କଟକ ଯାଇଥାନ୍ତି । ହେଲେ କରୋନା ଯୋଗୁଁ ବନ୍ଦ ହୋଇଯାଇଛି ସେମାନଙ୍କ ରୋଜଗାର । ଗୋଟେ ପଟେ ମାଙ୍ଗଳିକ କାର୍ଯ୍ୟ ପାଇଁ କଟକଣା ରହିଥିବାବେଳେ, ଅନ୍ୟପଟେ ପାର୍ବଣ ଋତୁ ପାଇଁ କଟକଣା ବ୍ୟାଣ୍ଡ ପାର୍ଟିମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଯାଇଛି । ଲକ୍ଷ ଲକ୍ଷ ଟଙ୍କାର ବାଜା ସରଞ୍ଜାମ ଓ ଯନ୍ତ୍ରାଂଶ ବି ଧୂଳି ଧୂସର ହୋଇ ପଡିରହିଛି । ଫଳରେ କିଏ ଦିନ ମଜୁରି କରି ତ କିଏ ବାହାରକୁ ଦାଦନ ଖଟିବାକୁ ଯାଇ ନିଜ ପରିବାରକୁ ପୋଷୁଛନ୍ତି । ଉଭୟ ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ ଦିଆଯାଉଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ଏମାନଙ୍କ ଜୀବିକା କଥା ଚିନ୍ତା କରି ସରକାର କିଛି ଠୋସ୍ ପଦକ୍ଷେପ ନେବା ଜରୁରୀ ବୋଲି ଦାବି କରିଛନ୍ତି ବ୍ୟାଣ୍ଡପାର୍ଟି କର୍ମୀ ।

Advertisment
Odisha News Guidlines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ