Advertisment

ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ୍ ଲଗାଇଲେ କୋର୍ଟ

ବ୍ୟାସକବିଙ୍କ ପ୍ରତିଟି ଲେଖା କାଳଜୟୀ ଓ ପ୍ରାସଙ୍ଗିକ। ଏବେ ବି ଅନେକ କିଛି ତାଙ୍କ ହାତ ଲେଖା ଅପ୍ରକାଶିତ ଅବସ୍ଥାରେ ରହିଛି। ଯାହା ପ୍ରକାଶନ ପାଇଁ ୨୦୧୯ ମସିହାରେ ତାଙ୍କ ଅଣନାତୁଣୀ ପ୍ରଫେସର ମୀନାକ୍ଷୀ ଦତ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।

ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ୍ ଲଗାଇଲେ କୋର୍ଟ

Fakir Mohan Senapati

Advertisment

ଭୁବନେଶ୍ୱର: ବ୍ୟାସକବି ଫକିର ମୋହନ ସେନାପତିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଅନ୍ତରୀଣ ରୋକ୍ ଲଗାଇଲେ କୋର୍ଟ। ଏହି ପ୍ରକାଶନକୁ ବିରୋଧ କରି ଦାୟର ମାମଲାର ଶୁଣାଣୀ କରି ରୋକ ଲଗାଇଛନ୍ତି କଟକ କର୍ମସିଆଲ କୋର୍ଟ। ପ୍ରକାଶନକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଫକୀର ମୋହନ ସେନାପତିଙ୍କ ଅଣନାତୁଣୀ ପ୍ରଫେସର ମିନାକ୍ଷୀ ଦତ୍ତ। କେବଳ ପ୍ରକାଶନ ନୁହେଁ, ଆବେଦନକାରୀଙ୍କୁ ସତ୍ୱାଧିକାରୀ ପ୍ରଦାନ କରିବା ପାଇଁ ଆବେଦନ ହୋଇଥିଲା। ଏଥିସହ ପାଣ୍ଡୁଲିପିରୁ ଡିଜିଟାଇଜେସନ କରାଯାଇଥିବା ସମସ୍ତ ତଥ୍ୟ ଆବେଦନକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ମାମଲାରେ ନିବେଦନ କରାଯାଇଥିଲା।

Advertisment

ତେବେ ମୂଳ ମାମଲାର ସମାଧାନ ନହେଲା ପର୍ଯ୍ୟନ୍ତ ଏହି ରୋକ ବଳବତ୍ତର ରହିବ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି। ବ୍ୟାସକବିଙ୍କ ପ୍ରତିଟି ଲେଖା କାଳଜୟୀ ଓ ପ୍ରାସଙ୍ଗିକ। ଏବେ ବି ଅନେକ କିଛି ତାଙ୍କ ହାତ ଲେଖା ଅପ୍ରକାଶିତ ଅବସ୍ଥାରେ ରହିଛି। ଯାହା ପ୍ରକାଶନ ପାଇଁ ୨୦୧୯ ମସିହାରେ ତାଙ୍କ ଅଣନାତୁଣୀ ପ୍ରଫେସର ମୀନାକ୍ଷୀ ଦତ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆତ୍ମଜୀବନୀ ସହିତ ୬ଟି ପାଣ୍ଠୁଲିପି ଦୁଇଜଣ ସାହିତ୍ୟିକଙ୍କୁ ହସ୍ତାନ୍ତର କରିଥିବା କହିଛନ୍ତି ପ୍ରଫେସର ଦତ୍ତ।

ତେବେ ହସ୍ତାନ୍ତର ସମୟରେ କେବଳ ପାଣ୍ଠୁଲିପିର ଡିଜିଟାଇଜେସନ କରିବା ଯାଏଁ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ତାଙ୍କ ଅଜାଣତରେ କିଛି ଡିଜିଟାଇଜେସନ ହୋଇଥିବା ଫକିର ମୋହନ ସେନାପତିଙ୍କ ଲେଖା ପ୍ରକାଶନ କରାଯାଇଥିବା ଜାଣିବାକୁ ପାଇଥିଲେ। ଯାହା ତାଙ୍କୁ ମାନସିକ ସ୍ତରରେ ଗଭୀର ଆଘାତ ଦେଇଥିଲା। ତେଣୁ ବାଧ୍ୟ ହୋଇ ପ୍ରକାଶନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମିନାକ୍ଷୀ ଆଇନର ଆଶ୍ରୟ ନେଇଥିଲେ। 

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ