Advertisment

ସଂପର୍କରେ ଦ୍ୱିତୀୟ ସୁଯୋଗ ଚମକେଇ ପାରେ ଜୀବନ

ସଂପର୍କରେ ତେରୀମେରୀ ହେଲେ ପରସ୍ପର ଠାରୁ ଅଲଗା ହେବା ତ ଭଲ କଥା। କିନ୍ତୁ ଏହା ପୂର୍ବରୁ ଆଉଥରେ ସୁଯୋଗ ଦେବା ବୁଦ୍ଧିମାନର କାମ। ଏହା ହୁଏତ ସଂପର୍କକୁ ଚମକେଇ ପାରେ।

ଅଦ୍ୟତନ ହୋଇଛି
Couple met on a course trying to save their marriages

Couple met on a course trying to save their marriages

Advertisment

ଯଦି ନିଜ ବୈବାହିକ ଜୀବନକୁ ତିଷ୍ଠି ରଖେଇବାର ସମସ୍ତ ସମ୍ଭାବ୍ୟ ପ୍ରୟାସ ବିଫଳ ହୁଏ ତେବେ ପରସ୍ପରଠାରୁ ଅଲଗା ହେବା ଏକ ବୁଦ୍ଧିମାନର କାମ। କିନ୍ତୁ ଏହି ନିଷ୍ପତ୍ତି ନେବା ପୂର୍ବରୁ ପରସ୍ସରକୁ ଆଉ ଥରେ ସୁଯୋଗ ଦେବା ଉଚିତ। ହୁଏତ ଏହା ଆଉ ଏକ ନୂଆ ଜୀବନ ଦେଇପାରେ। ଲଣ୍ଡନରେ ରହୁଥିବା ଏମା ଓ ମାଥ୍ୟୁ ବାକି ଦମ୍ପତିଙ୍କୁ ଏହା ବୁଝାଇବାକୁ ଚେଷ୍ଟା କରିଛନ୍ତି।

Advertisment

ଦୁହେଁ ଜୀବନର ଏପରି ଏକ ମୋଡ଼ ମଧ୍ୟ ଦେଇ ଗତି କରିଛନ୍ତି ଯେଉଁଠାରେ ସେମାନେ ନିଜ ବିବାହକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିଛନ୍ତି। କାଉନସେଲିଂ ପାଠ୍ୟକ୍ରମ ମଧ୍ୟ କରିଛନ୍ତି। ବର୍ତ୍ତମାନ ଏହି ଦମ୍ପତି ସମ୍ପର୍କର ଏକ କୋଚ୍ ହୋଇଯାଇଛନ୍ତି। ଦୁହେଁ ସିନା ନିଜ ବୈବାହିକ ଜୀବନକୁ ରକ୍ଷା କରି ପାରିଲେ ନାହିଁ କିନ୍ତୁ ଅନ୍ୟମାନଙ୍କୁ ଏନେଇ ପ୍ରେରଣ ଦେଉଛନ୍ତି। ସେମାନେ ୧୫ ବର୍ଷ ତଳେ ବିବାହ କରିଥିଲେ।

ଉଭୟ ଏମା ଓ ମାଥ୍ୟୁ ନିଜ ନିଜ ବିବାହରେ ଖୁସି ନ ଥିଲେ। ଏହା ସତ୍ତ୍ୱେ ସେମାନେ ଉଭୟଙ୍କ ସହିତ ରହିବା ପାଇଁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଥିଲେ। ପରପ୍ସରଙ୍କୁ ବୁଝିବା ପାଇଁ ସମୟ ମଧ୍ୟ ଚାହୁଁଥିଲେ। ଏ ଦିଗରେ ଉଭୟଙ୍କ ଚେଷ୍ଟା ମଧ୍ୟ ଥିଲା। ଏମା ତାଙ୍କ ସ୍ୱାମୀଙ୍କ ସହ ଏକମାସ ଖ୍ରୀଷ୍ଟମାସ ଛୁଟିରେ ଯାଇଥିଲେ। ସେଠାରେ ସବୁକିଛି ଭଲ ଥିଲା, କିନ୍ତୁ ପ୍ରତ୍ୟେକ ଛୋଟ ଛୋଟ କଥାକୁ ନେଇ ସେମାନଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିଲା। ଏନେଇ ଏମା ହୃଦୟଙ୍ଗମ କଲେ ଯେ ଏହି ବୈବାହିକ ଜୀବନର କିଛି ମୂଲ୍ୟ ନାହିଁ। ମାଥ୍ୟୁ ମଧ୍ୟ ଏହି ସଂପର୍କରୁ ନିଜକୁ ମୁକ୍ତି କରିବାକୁ ଚାହୁଁଥିଲେ। ଫଳରେ ସେମାନେ ଅଲଗା ହୋଇଯାଇଥିଲେ।

Advertisment

ଅଲଗା ହେବ ପରେ ମଧ୍ୟ ସେମାନେ ସଂପର୍କରେ ଥିଲେ। ୨ ବର୍ଷ ପରେ ମାଥ୍ୟୁ ଇମେଲ ମାଧ୍ୟମରେ ଏମାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଦୁହେଁ ପୁନର୍ବାର ପୂର୍ବ ସସେକ୍ସର ବ୍ରାଇଟନ୍‌ରେ ସାକ୍ଷାତ ହୋଇଥିଲେ। କାଉନ୍‌ସେଲିଂ ପାଠ୍ୟକ୍ରମରେ ଏଠାରେ ସେମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ଏବେ ପୁଣି ଥରେ ସେମାନେ ଏକାଠି ରହିବାକୁ ସ୍ଥିର କରିନେଲେ।

ଏମା-ମାଥ୍ୟୁ ବର୍ତ୍ତମାନ ସମୟକୁ ଲଣ୍ଡନ ଏବଂ ଫ୍ରାନ୍ସରେ କାଟୁଛନ୍ତି। ଉଭୟ ଲଣ୍ଡନ ଏବଂ ଫ୍ରାନ୍ସରେ ସେମାନେ ଏକ ଆତ୍ମ ବିକାଶ ପାଠ୍ୟକ୍ରମ ଆରମ୍ଭ କରିଥିଲେ। ଏମା କହିଛନ୍ତି ଯେ ଯଦି ତୁମେ ଅନୁଭବ କରୁଛ ଯେ ସମ୍ପର୍କରେ କିଛି ଅସୁବିଧା ଅଛି, ତେବେ ଅନ୍ୟକୁ ସଂଶୋଧନ କରିବା ପରିବର୍ତ୍ତେ ନିଜକୁ ଉନ୍ନତ କର। ତୁମର କେବଳ ନିଜ ଉପରେ ହିଁ ନିୟନ୍ତ୍ରଣ ରହିଥାଏ।

Advertisment

ଏମାଙ୍କ ଅନୁଯାୟୀ, ତାଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଦମ୍ପତିଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ସମାଧାନ କରିବା ଏବଂ ସେମାନଙ୍କ ସଂପର୍କକୁ ପୁନଃ ଗଢିବା। ଯଦି ସଂପର୍କରେ ଆଉ କିଛି ମାନେ ନାହିଁ ତେବେ ଉଭୟଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଅଲଗା କରିବା ନେଇ ସାହାଯ୍ୟ କରିବା। ସେମାନଙ୍କୁ ମଧ୍ୟ ଆଗକୁ ଯିବାକୁ ଉତ୍ସାହିତ କରିବା।

Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ