Advertisment

ଦାମୀ ଗାଡ଼ି ବଦଳରେ ବଳଦ ଗାଡ଼ିରେ ଶାଶୁ ଘର ଗଲା କନ୍ୟା

କୌଣସି ଦାମୀ କାର୍‌ରେ ବସି କନ୍ୟା ଶାଶୁଘରକୁ ବିଦା ହୋଇ ନାହାନ୍ତି ବରଂ ଶଗଡ଼ରେ ବସି ପାରମ୍ପରିକ ଢଙ୍ଗରେ ଶାଶୁଘର ଯାଇଛନ୍ତି। ବର ଘୋଡ଼ାରେ ବସି ବିବାହ ମଣ୍ଡପକୁ ଆସିଥିବା ବେଳେ କନ୍ୟା ବଳଦ ଗାଡ଼ିରେ ବସି ଶାଶୁ ଘରକୁ ଯାଇଛନ୍ତି।

Couple gets married in traditional way in Ganjam

Couple gets married in traditional way in Ganjam

Advertisment

ବିବାହ ହେଉଛି ଏକ ପବିତ୍ର ବନ୍ଧନ। ନିଜ ବିବାହକୁ ନିଆରା ଢଙ୍ଗରେ କରିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ବାହାଘର ଦିନଟିକୁ ମନେ ରଖିବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଦାମୀ କାର୍‌ଠୁ ଆରମ୍ଭ କରି ହେଲିପ୍ଟରରେ ବସି ବର, କନ୍ୟା ବିବାହ ମଣ୍ଡପ ଆସିବା କଥା ଆପଣ ଜାଣିଥିବେ। ହେଲେ ବର୍ଷ ବର୍ଷ ଧରି ବନ୍ଦ ହୋଇଯାଇଥିବା ପରମ୍ପରାକୁ ଏବେବି ଭୁଲି ନାହାନ୍ତି ଆଜିର ଯୁବପିଢ଼ି। ଗଞ୍ଜାମ ଜିଲ୍ଳା ଜଗନ୍ନାଥପ୍ରସାଦ ବାଙ୍କତରା ଗାଁରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠି କୌଣସି ଦାମୀ କାର୍‌ରେ ବସି କନ୍ୟା ଶାଶୁଘରକୁ ବିଦା ହୋଇ ନାହାନ୍ତି ବରଂ ଶଗଡ଼ରେ ବସି ପାରମ୍ପରିକ ଢଙ୍ଗରେ ଶାଶୁଘର ଯାଇଛନ୍ତି। ବର ଘୋଡ଼ାରେ ବସି ବିବାହ ମଣ୍ଡପକୁ ଆସିଥିବା ବେଳେ କନ୍ୟା ବଳଦ ଗାଡ଼ିରେ ବସି ଶାଶୁ ଘରକୁ ଯାଇଛନ୍ତି।

Advertisment

ସୂଚନା ଅନୁସାରେ, ଜଗନ୍ନାଥ ପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ବାଙ୍କତରା ଗାଁର ଗଦାଧର ନାୟକଙ୍କ ପୁଅ ମହେନ୍ଦ୍ରଙ୍କ ବାହାଘର ପାଟରାପଲ୍ଲି ଗାଁର ସରିତାଙ୍କ ସହ ହୋଇଥିଲା। ଗତ ୮ ତାରିଖରେ ଉଭୟଙ୍କ ବାହାଘର ବାଙ୍କତରା ଗାଁରେ ହୋଇଥିଲା। ମହେନ୍ଦ୍ର ଓ ସରିତା ଗୋଟିଏ କ୍ଲାସ୍‌ରେ ପଢୁଥିଲେ। ଉଭୟେ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। 

ମହେନ୍ଦ୍ରଙ୍କ ମା’ ନିଜ ଶାଶୁ ଘର ଆସିବା ବେଳେ ବଳଦ ଗାଡ଼ିରେ ଆସିଥିବାରୁ ସେହି ପୁରୁଣା ସ୍ମୃତିକୁ ତାଜା କରିବା ଲାଗି ମହେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି କଥାରେ ସରିତା ମଧ୍ୟ ରାଜି ହୋଇଥିଲେ। ବାହାଘର ଦିନ ବଳଦ ଗାଡ଼ିରେ ରଙ୍ଗ, ଝୋଟି ଅଙ୍କାଯାଇ ବାଉଁଶରେ ଘର ତିଆରି କରାଯିବା ସହ ଫୁଲରେ ସଜା ଯାଇଥିଲ। ଏହାପରେ ବୋହୂ ଡାକରାରେ ଶଗଡ଼ ଗାଡ଼ି ଯାଇଥିଲା। ସେଥିରେ ବସି ସରିତା ନିଜ ଶାଶୁ ଘରକୁ ଆସିଥିଲେ। ସେପଟେ ମହେନ୍ଦ୍ର ବର ବେଶରେ ଘୋଡ଼ାରେ ବସି ବିବାହ ମଣ୍ଡପକୁ ଯାଇଥିଲେ। ଏଭଳି ଏକ ନିଆରା ବାହାଘରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା। 

Advertisment
Unique Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ