Advertisment

ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁ ପୂର୍ବରୁ କାନ୍ଥରେ ଲେଖି ଦେଇଗଲେ ଏମିତି କିଛି...

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କାନ୍ଥରେ କଳା ଅଙ୍ଗାରରେ ‘ଆମେ ବିଷ ପିଇଛୁ’  ବୋଲି ଲେଖାଯାଇଛି।

Couple Dead Body Found Hanging In Dhenkanal

Couple Dead Body Found Hanging In Dhenkanal

Advertisment

ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉଭୟ ଏକାଠି ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ କାଙ୍କଡପାଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଦମ୍ପତିଙ୍କ ନାଁ ବିଶିକେଶନ ସାହୁ ଓ ତାଙ୍କ ପତ୍ନୀ ମାମା ସାହୁ। ଋଣ ଭାର ସହି ନପାରି ଦମ୍ପତି ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ, ୧୫ ବର୍ଷ ପୂର୍ବେ ବିଶିକେଶନ ଓ ମାମାଙ୍କ ବିବାହ ହୋଇଥିଲା। ସେମାନଙ୍କର ୧୪ ବର୍ଷର ପୁଅ ଅଛି। ଆଜି ସକାଳୁ ଘର ଭିତରୁ ଉଭୟ ପତି-ପତ୍ନୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ପରିବାର ଲୋକ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା।

ଉଭୟ ଏକାଠି ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କାନ୍ଥରେ କଳା ଅଙ୍ଗାରରେ ‘ଆମେ ବିଷ ପିଇଛୁ’  ବୋଲି ଲେଖାଯାଇଛି। ଋଣ ଭାର ସହି ନପାରି ଦମ୍ପତି ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ସଦରଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

Advertisment
Dead Body Found Couple Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ