କୁଳାଙ୍ଗାର ପୁଅ ରାମଚନ୍ଦ୍ର : ମାଡ଼ ମାରି ବାପାର ହାତ ଭାଙ୍ଗିଦେଲା, ମା’କୁ ଘୋଷାଡ଼ି ଘୋଷାଡ଼ି ପିଟିଲା

ବୟସର ଅପରାହ୍ନରେ ସାଜିବ କ’ଣ ଜୀବନ୍ତ ଭଗବାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛି କୁଳାଙ୍ଗାର ପୁଅ । ମାଡ଼ ଖାଇ ବାପାମା’ଙ୍କ ଦେହ ହାତ ଫୁଲିଗଲାଣି , ଅନବରତ ଆଖିରୁ ଲୁହ ଢ଼ଳାଉଛନ୍ତି । ଗୋଟିଏ ମା’ ଆଖିର ଏ ଲୁହ ଅପିଶାପ ହୋଇ ଝଡ଼ିପଡ଼ିବ । ମରମକୁ ସେତିକି ବାଧିନଥିଲେ ମା’ କ’ଣ ପୁଅକୁ ଏମିତି ଘୃଣା କରିପାରିବ । ରେଢାଖୋଲ ଥାନା କୁଷାପାଲି ଗାଁର ନୀରିହ ଗରିବ ବୁଢା ବାପାମା ନିଜର ଏକମାତ୍ର ପୁଅର ନିର୍ଯାତନା ସହି ନପରି ଶେଷରେ ଥାନାର ଆଶ୍ରୟ ନେଇଛନ୍ତି ।

ଏମିତି ପୁଅ ଭଗବାନ୍ କାହାକୁ ନଦିଅନ୍ତୁ . . .

News Summary

ଦଶମାସ ଦଶଦିନ ପେଟରେ ରଖି ପୁଅକୁ ଜନ୍ମ ଦେଇଥିଲା ମାଆ

ନାଁ ରଖିଥିଲା ରାମଚନ୍ଦ୍ର

କିନ୍ତୁ ସେ ଚାଣ୍ଡାଳ ମାଡ଼ ମାରି ବାପାର ହାତ ଭାଙ୍ଗି ଦେଇଛି

ରେଢାଖୋଲ (ରମାକାନ୍ତ ମହାନନ୍ଦ) : ଏମିତି ପୁଅ ଥିଲେ କେତେ ନଥିଲେ କେତେ । ଦିନେ ଯେଉଁ ପୁଅକୁ ଦେଖିଦେଲେ ପେଟ ପୂରି ଯାଉଥିଲା ଆଜି ସେଇ ପୁଅ ମାଡ଼ ମାରି ବାପାର ହାତ ଭାଙ୍ଗି ଦେଇଛି । ମା’କୁ ଘୋଷାଡ଼ ଘୋଷାଡ଼ି ଦାଣ୍ଡଦୁଆରେ ପିଟିଛି । ବୟସର ଅପରାହ୍ନରେ ସାଜିବ କ’ଣ ଜୀବନ୍ତ ଭଗବାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛି କୁଳାଙ୍ଗାର ପୁଅ । ମାଡ଼ ଖାଇ ବାପାମା’ଙ୍କ ଦେହ ହାତ ଫୁଲିଗଲାଣି , ଅନବରତ ଆଖିରୁ ଲୁହ ଢ଼ଳାଉଛନ୍ତି । ଗୋଟିଏ ମା’ ଆଖିର ଏ ଲୁହ ଅପିଶାପ ହୋଇ ଝଡ଼ିପଡ଼ିବ । ମରମକୁ ସେତିକି ବାଧିନଥିଲେ ମା’ କ’ଣ ପୁଅକୁ ଏମିତି ଘୃଣା କରିପାରିବ । ରେଢାଖୋଲ ଥାନା କୁଷାପାଲି ଗାଁର ନୀରିହ ଗରିବ ବୁଢା ବାପାମା ନିଜର ଏକମାତ୍ର ପୁଅର ନିର୍ଯାତନା ସହି ନପରି ଶେଷରେ ଥାନାର ଆଶ୍ରୟ ନେଇଛନ୍ତି ।

ପୁଅ ନିର୍ଯାତନାର ଶିକାର ହୋଇଥିବା ବାପା ରମେଶ ସାହୁ , ମାଁ ଉଦିଆ ସାହୁ । ତିନି ଝିଅରେ ମାନସିକ କରି ପୁଅ ଟିଏ ପାଇଥିଲେ । ଜ୍ୟୋତିଷ ବାଛି ବାଝି ନାଁ ଦେଇଥିଲେ ରାମଚନ୍ଦ୍ର, ହେଲେ ଆଜି ସେ ରାବଣ ପାଲଟି ଯାଇଛି । ଅତି ହୀନ ଆଉ ନୀଚ୍ଚ ପରି ବ୍ୟବହାର କରୁଛି । ତିନି ଝିଅରେ ଗୋଟିଏ ପୁଅ ବୋଲି ବଡ଼ ସ୍ନେହ ଆଦାରରେ ବଡ଼ କରିଥିଲେ ବାପାମା’ । ହେଲେ ଆଜିକୁ ୭ବର୍ଷ ହେଲାଣି ପୁଅ ରାମଚନ୍ଦ୍ର ବାପାମା’କୁ ପ୍ରତିଦିନ କୌଣସି ନାଁ କୌଣସି ବାହାନା କରି ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିଲା । ପୁଅ ଭାବି କାହାରି ଆଗରେ ଅଭିଯୋଗ କରୁନଥିଲେ ବାପାମା । ଭିତତ କଥା କାହାକୁ କହିବେ ବୋଲି ଚୁପ ରହୁଥିଲେ । ଶେଷରେ ବାପାମାକୁ ପିଟି ଗୋଡ଼ହାତ ଭାଙ୍ଗିଦେଲା ୨୫ବର୍ଷୀୟ ପୁଅ । ହାତ ଥରିଲାନି କି ଦୟା ଆସିଲାନି ।

ଶେଷରେ ପଥର ହୋଇଯାଇଛନ୍ତି ବାପାମା’ । କୁଳାଙ୍ଗାର ପୁଅ ପ୍ରତି ଏବେ ବାପାମା’ଙ୍କର ମୋହ ତୁଟି ଯାଇଛି । ବୁଢ଼ାବାପା ମା’ଙ୍କ କଷ୍ଟ ହୋଇନଥିଲେ ସେ କେବେ ବି ପୁଅକୁ ଜେଲ ପଠାଇବା କଥା ଚିନ୍ତା କରିନଥାନ୍ତେ । ଆଉ କେତେ ସହିବୁ ପୁଅ ଜେଲ ଯାଉ ଆଉ ଆମେ ଟିକିଏ ଶାନ୍ତିରେ ବଂଚିବୁ ବୋଲି କାନ୍ଦି କାନ୍ଦି କହୁଛନ୍ତି ବୁଢା ବାପାମା’।