Advertisment

ଅତ୍ୟଧିକ ଫି ଦାବି କରିପାରିବେନି ପ୍ରାଇଭେଟ୍‌ ହସ୍ପିଟାଲ: କେନ୍ଦ୍ର

ସଂକ୍ରମଣର ଦ୍ରୁତ ଗତିକୁ ଦେଖି ହସ୍ପିଟାଲ ଆଡମିଶନ ମଧ୍ୟ ବଢିପାରେ ବୋଲି ଆଶଙ୍କା

undefined

Covid Hospital

Advertisment

ଭୁବନେଶ୍ୱର: ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଉଥିବା କରୋନା ସଂକ୍ରମଣକୁ ଦେଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଗାଇଡଲାଇନ୍ସ ଜାରି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ରାଜ୍ୟମାନଙ୍କରେ ଥିବା କୋଭିଡ କେୟାର କେନ୍ଦ୍ରରେ ଥିବା ବେଡକୁ ଅକ୍ସିଜେନ ସପୋର୍ଟ ବେଡରେ ପରିଣତ କରିବାକୁ କହିଛନ୍ତି। କୋଭିଡ ପାଇଁ ପ୍ରାଇଭେଟ ହସ୍ପିଟାଲ ଗୁଡିକୁ ବିଭିନ୍ନ ବର୍ଗର ବେଡ ପ୍ରସ୍ତୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପ୍ରାଇଭେଟ ହସ୍ପିଟାଲଗୁଡିକ ଯେପରି ଅତ୍ୟଧିକ ଫି ଦାବି ନକରନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସେହିପରି ଟେଲି-ପରାମର୍ଶ ସୁବିଧା ଯୋଗାଇ ଅବସରପ୍ରାପ୍ତ ଡାକ୍ତର ଏବଂ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାକୁ ମଧ୍ୟ କୁହାଯାଇଛି। ଦେଶରେ ବର୍ତମାନ ୫ରୁ ୧୦ ପ୍ରତିଶତ କରୋନା ଆକ୍ଟିଭ କେସ ହସ୍ପିଟାଲରେ ଆଡମିଶନ ହେଉଛନ୍ତି। ତେବେ ସଂକ୍ରମଣର ଦ୍ରୁତ ଗତିକୁ ଦେଖି ହସ୍ପିଟାଲ ଆଡମିଶନ ମଧ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଗ୍ରଧିକାର ଭିତ୍ତିରେ ଏସବୁ ପ୍ରସ୍ତୁତି କରିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଆଜି ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ଗତ ୧୦ଦିନର ତଥ୍ୟ ହିସାବକୁ ନେଲେ ଜାନୁଆରୀ ୨ରେ ୨୩, ୫ରେ ୨୪ ଓ ୮ରେ ବାହାରିଥିଲେ ୧୪ ନୂଆ ଓମିକ୍ରନ୍ ପଜିଟିଭ୍। ସେହିଭଳି କରୋନାର ସୁଅ ଭଳି ସଂକ୍ରମଣ ରାଜ୍ୟରେ ଜାରି ରହିଛି ଓ ଦୈନିକ ପଜିଟିଭ୍ ସଂଖ୍ୟା ୫ହଜାର ମୁହାଁ ହୋଇଛି।

Advertisment

ନୂଆ ସଂକ୍ରମିତ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି ୪୪୮। ରାଜ୍ୟରେ କୋଭିଡର ଚିନ୍ତାଜନକ ସଂକ୍ରମଣ ସ୍ଥିତି ଉପରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି- ମୁଖ୍ୟତଃ ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଅଧିକ ସଂକ୍ରମଣ ହେଉଛି।  ବିଶେଷଜ୍ଞ କହୁଛନ୍ତି ଦିଲ୍ଲୀ ଓ ମହାରାଷ୍ଟ୍ରରେ ଜାନୁଆରୀ ୧୫ ସୁଧା ପିକ୍ ହେବ। ସେହି ଅନୁସାରେ ଓଡ଼ିଶାରେ ୧୦ରୁ ୧୫ ଦିନ ପରେ ପିକ୍ ନେବା ସମ୍ଭାବନା ରହିଛି। ଯେପରି ଭାବେ ସଂକ୍ରମଣ ବଢ଼ୁଛି, ଲୋକେ ହାଲୁକା ନ ନେଇ ସଜାଗ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେପଟେ ବିନା ଜିନମ୍ ସିକ୍ୱେନସିଂରେ ଓମିକ୍ରନ ଭ୍ୟାରିଆଣ୍ଟକୁ ଶୀଘ୍ର ଚିହ୍ନଟ ଲାଗି ୫ ଲକ୍ଷ ଓମିସିୟୋର କିଟ୍ କିଣିବେ ରାଜ୍ୟ ସରକାର। ICMR ଦ୍ୱାରା ପ୍ରସ୍ତୁତ ଓମିକ୍ରନ୍ ଚିହ୍ନଟକାରୀ କିଟ୍ ଓମିସିୟୋରରୁ ଶୀଘ୍ର ଓ ସହଜରେ ଚିହ୍ନଟ ହୋଇପାରିବ ଏହି ଭାରିଆଣ୍ଟ।

ସେପଟେ ଆଜିଠୁ ଆରମ୍ଭ ହୋଇଛି ଫ୍ରଣ୍ଟଲାଇନ୍ ଓ୍ୱାର୍କର ଓ ବୟସ୍କଙ୍କ ସହ ବହୁବିଧ ଆକ୍ରାନ୍ତଙ୍କୁ ବୁଷ୍ଟର ଡୋଜ୍ ଟିକାକରଣ। ରାଉରକେଲାରେ ପୋଲିସ କର୍ମଚାରୀ, କଟକ ଏସସିବିରେ ଡାକ୍ତର ଏବଂ ମେଡିକାଲ ଷ୍ଟାଫ୍, ପୁରୀରେ ବୟସ୍କ ଓ ଭୁବନେଶ୍ୱରରେ ଖୋଦ୍ ବିଧାନସଭା ବାଚସ୍ପତି ନେଇଛନ୍ତି ପ୍ରିକସନ୍ ଡୋଜ୍। ରାଜ୍ୟରେ ବୁଷ୍ଟର ଡୋଜ୍ ଟିକାକରଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ କହିଛନ୍ତି- ଓଡ଼ିଶାରେ ମୋଟ୍ ୧୭ ଲକ୍ଷ ୫୨ ହଜାର ୮୩୮ ଜଣ ପ୍ରିକସନ ଡୋଜ୍ ନେବେ। ତେବେ ଚଳିତ ମାସ ଶେଷ ସୁଦ୍ଧା ୫,୨୫,୬୦୭ ଜଣ ବୁଷ୍ଟର ଡୋଜ୍ ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି। ଏବେ ୩ ହଜାର ୬୧୬ଟି ସେସନ ସାଇଟ୍‌ରେ ଟିକାକରଣ ଚାଲିଛି ଓ ସେଥିରୁ ୧୩୪୦ କେନ୍ଦ୍ରରେ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ ସବୁ ସେସନ ସାଇଟ୍‌ରେ ୨୦ ପ୍ରତିଶତ କ୍ଷମତା ବୃଦ୍ଧି କରାଯାଇଛି।

Advertisment

ଦୃତ ସଂକ୍ରମଣର ବଳୟ ଭିତରେ ଆଜି ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିବା ଏଡିଏମଙ୍କ ସୂଚନା ଦେଇଛନ୍ତି। ପୂର୍ବରୁ ବି ଏହି ମେଡିକାଲ କଲେଜରେ ୩ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ। ସେପଟେ କରୋନା ହଟସ୍ପଟ୍ ରାଜଧାନୀରେ କୋଭିଡ୍ ନିୟମକୁ ଆହୁରି ପାଦେ କଠୋର କରିଛି ବିଏମସି। କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ସିଧା ୫ ଶହ ଟଙ୍କା ଜରିମାନା ଧାର୍ଯ୍ୟ କରିଛି। ଘରୁ ବାହାରିଲେ ସଠିକ ଭାବେ ମାସ୍କ ପିନ୍ଧିବା ସହ ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ଓ ଭିଡ଼ରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି ବିଏମସି। 

Covid Hospital Private Hospital Health Dept
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ