କରୋନା ପରି ଦିଶୁଛି କାକୁଡ଼ି : ଦୁର୍ଲଭ ଫଳ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି

ଅବିକଳ କରୋନା ପରି ଦିଶୁଛି କାକୁଡ଼ି । ନଦେଖିଲେ ଆଖିକୁ ବିଶ୍ୱାସ ହେବନି ।

ବାଡ଼ିରେ ଫଳିଛି କରୋନା ଆକୃତିର କାକୁଡ଼ି

ଉମରକୋଟ୍ ( କାର୍ତ୍ତିକ ମଲ୍ଲିକ) : ବାଡ଼ିରେ ଫଳିଛି କରୋନା କାକୁଡ଼ି । ଅବିକଳ ଭାଇରସ୍ ଆକୃତିର । ନଦେଖିଲେ ବିଶ୍ୱାସ ହେବନି । ଆଉ ଏହି କରୋନା ସଦୃଶ କାକୁଡ଼ି ଦେଖିବାକୁ ଛୁଟୁଛି ଲୋକଙ୍କ ଭିଡ଼ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ସରାଗୁଡ଼ା ଗ୍ରାମରେ । ଯେଉଁଠି ଜଣକ ଘରେ କରୋନା ଆକୃତିର କାକୁଡ଼ି ଫଳିଥିବା ଦେଖିବାକୁ ମିଳିଛି ।

ସରାଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର ବାରିପଟେ ଥିବା କାକୁଡ଼ି ବୁଦାରେ ଫଳିଛି ଏକ ବିଚିତ୍ର ଫଳ । ସମସ୍ତେ ଉକ୍ତ ଫଳକୁ କାକୁଡ଼ି ବୋଲି କହୁଥିବା ବେଳେ ଫଳ ଟିକୁ ଦେଖିବାକୁ ଠିକ୍ କରୋନା ଭାଇରସ୍ ଭଳି । ଲୋକଙ୍କ କହିବା ଅନୁସାରେ କରୋନା ଭାଇରସର ଚିତ୍ର ଟିଭିରେ ଯାହା ଦେଖୁଛନ୍ତି, ବାଡ଼ିରେ ଫଳିଥିବା କାକୁଡ଼ି ଦେଖିବାକୁ ଠିକ୍ ସେହିଭଳି । ଆଖିରେ ନଦେଖିଲେ ହିଁ ଜାଣିପାରିବେ ।

ନିକଟସ୍ଥ ଝରିଗୁଡ଼ା ଗ୍ରାମର ରବିନ୍ଦ୍ର ନାଗ ପ୍ରଥମେ କାକୁଡ଼ିକୁ ଦେଖିଥିବା କହିଥିଲେ । ଆଉ ତା’ପରେ ସହ ଏକା ପ୍ରକାରର ବହୁ କାକୁଡ଼ି ଫଳିଥିବା ଦେଖିବାକୁ ମିଳିଥିଲା । ଏବେ ଦୁର୍ଲଭ କାକୁଡ଼ିକୁ ଦେଖିବାକୁ ସରାଗୁଡ଼ା ଗ୍ରାମ ମୁହାଁ ହେଉଥିବା ଲୋକେ ।