Advertisment

ଗୁଜବ: କରୋନା ଔଷଧରେ ଚିପ୍ସ, କରିବ ବଶିଭୁତ

କରୋନା ଔଷଧକୁ ନେଇ ଦୁନିଆରେ ଗୁଜବ ପ୍ରଚାର। କରୋନାରୁ ସୁସ୍ଥ ଥିବା ଲୋକଙ୍କୁ ପାକ୍ସଲୋଭିଡ୍‌ ଖାଇବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅନେକ ଲୋକ ଏହି ଔଷଧରେ ଏକ ବଶ କରିବା ଭଳି ଚିପ୍ ଭର୍ତ୍ତି କରାଯାଇଛି ବୋଲି ଗୁଜବ ପ୍ରଚାର କରୁଛନ୍ତି।

ଅଦ୍ୟତନ ହୋଇଛି
Corona Antiviral pill paxlovid hidden chip controlling people

Corona Antiviral pill paxlovid hidden chip controlling people

Advertisment

କରୋନା ଭାଇରସ୍ ଦୁନିଆରେ ହଇଚଇ ସୃଷ୍ଟି କରିଛି। ଏହି ଭୂତାଣୁ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। କରୋନା ଭାଇରସ୍ ଦୁନିଆର ପ୍ରାୟ ସବୁ କୋଣରେ ଆତଙ୍କ ସୃଷ୍ଟି କରିଛି। ଦିନରାତି କଠିନ ପରିଶ୍ରମ ପରେ ଏହି ଭାଇରସ୍ ସହିତ ଲଢିବା ପାଇଁ ବୈଜ୍ଞାନିକମାନେ ଶେଷରେ ଏକ ଟିକା ପ୍ରସ୍ତୁତ କଲେ। ଏହା ସହିତ ବଜାରରେ ଅନେକ ପ୍ରକାରର ଔଷଧ ମଧ୍ୟ ବାହାର କରାଯାଇଥିଲା।

Advertisment

ଏହାରି ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଔଷଧକୁ ନେଇ ଦୁନିଆରେ ଗୁଜବ ପ୍ରଚାର କରିବାକୁ ଟିକେ ବି କୁଣ୍ଠାବୋଧ କରନ୍ତି ନାହିଁ। ଏହି ପର୍ଯ୍ୟାୟରେ, ମାଲେସିଆର ସ୍ୱାସ୍ଥ୍ୟମନ୍ତ୍ରୀ ସେଠାରେ କରୋନାରୁ ସୁସ୍ଥ ଥିବା ଲୋକଙ୍କୁ ପାକ୍ସଲୋଭିଡ୍‌ ଖାଇବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଅନେକ ଲୋକ ଏହି ଔଷଧରେ ଏକ ବଶ କରିବା ଭଳି ଚିପ୍ ଭର୍ତ୍ତି କରାଯାଇଛି ବୋଲି ଗୁଜବ ପ୍ରଚାର କରୁଛନ୍ତି।

ପାକ୍ସଲୋଭିଡ୍ ଏକ ଆଣ୍ଟିଭାଇରାଲ୍ ବଟିକା। ମାଲେସିଆର ସ୍ୱାସ୍ଥ୍ୟମନ୍ତ୍ରୀ ଖୈରୀ ଜମାଲୁଦ୍ଦିନ ଏହି ଔଷଧକୁ କରୋନାରୁ ଉଦ୍ଧାର ହୋଇଥିବା ଲୋକମାନେ ଖାଇବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ତାଙ୍କର ଏହି ପରାମର୍ଶରେ ସମସ୍ତେ ଖୁସି ନୁହଁନ୍ତି। ଏପରିକି ଷଡଯନ୍ତ୍ର ପାଇଁ ଏହି ଔଷଧ ପ୍ରସ୍ତୁତ କରିଛନ୍ତି ବୋଲି କେତେକ କହିଛନ୍ତି। ଏହା ଭିତରେ ଏକ ଚିପ୍‌ ଅଛି, ଯାହା ମାଧ୍ୟମରେ ମାଲେସିଆ ସରକାର ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ବୋଲି ସେମାନେ ଗୁଜବ କରୁଛନ୍ତି। ସେମାନେ କହିଛନ୍ତି ଯେ ଏହି ଔଷଧ ହେଉଛି ସରକାରଙ୍କ ମାଷ୍ଟରପ୍ଲାନ୍‌।

Advertisment

ପ୍ୟାକ୍ସଲୋଭିଡ୍‌ ବିଷୟରେ ଅନେକ କଥା ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି। ଏହାକୁ ନେଇ ହ୍ୱାଟ୍ସଆପରେ ମେସେଜ୍ ପ୍ରସାରିତ ହେଉଛି। ଏଥିରେ ଲେଖାହୋଇଛି ଯେ ପ୍ୟାକ୍ସଲୋଭିଡ୍‌ ପ୍ରକୃତରେ କରୋନା ଚିକିତ୍ସା କରେ ନାହି। ଏହା ରୋଗୀମାନଙ୍କୁ ବଶୀଭୂତ କରେ। ଏହା ଏକ ଇଲେକ୍ଟ୍ରୋନିକ୍ ଔଷଧ ଯାହାକୁ ଖାଇବା ମାତ୍ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏକ ସଙ୍କେତ ଚାଲିଯିବ, ଏହା ପରେ ତାଙ୍କ ଆଦେଶରେ ଲୋକଙ୍କୁ ନାଚିବାକୁ ହେବ। ଏଥିରେ ସର୍ବପ୍ରଥମେ ଲୋକଙ୍କୁ ସେମାନଙ୍କର ଧର୍ମ ଛାଡିବାକୁ କୁହାଯିବ।

ସୋସିଆଲ ମିଡିଆରେ ଏଭଳି କିଛି ପ୍ରସାର କରୁଥିବା ଲୋକଙ୍କ ଉପରେ ଅନେକ ଡାକ୍ତର ଜବାବ ରଖିଛନ୍ତି। ସେମାନେ କହିଛନ୍ତି ଯେ ଏଭଳି ମିଥ୍ୟା ଖବର ପ୍ରଚାର କରୁଥିବା ଲୋକମାନେ ଲଜ୍ଜା କରିବା ଉଚିତ୍। ଏହି ସସବୁ କଥା ମିଛ। ବାସ୍ତବତା ଏହା କରିବା ପଛରେ କୌଣସି କାରଣ ନାହିଁ। ଏମିତି କୌଣସି ଔଷଧରେ ଚିପ୍ ଭରି କେମିତି ବା ତିଆରି କରାଯିବ ସେ କହିଛନ୍ତି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ