Advertisment

ସାଂସଦ ଅନୁଭବ ଡକ୍ଟରେଟ୍‌ ପାଇଲେ କୋଉଠୁ? :କଂଗ୍ରେସ

କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି।

ଅଦ୍ୟତନ ହୋଇଛି
MP Anubhab Mohanty

MP Anubhab Mohanty

Advertisment

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଆମେରିକାର ଏକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇଥିବା ନେଇ ସୋସିଆଲ ମିଡିଆରେ ପ୍ରସାରିତ ଖବର ଉପରେ ପ୍ରଶ୍ନ ଉଠାଇଲା ରାଜ୍ୟ କଂଗ୍ରେସ।ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ଅନୁଭବ ମହାନ୍ତି ଯୁକ୍ତ ଦୁଇ ପାସ୍ କରିନଥିବା ନେଇ କଂଗ୍ରେସ ପୂର୍ବରୁ ଅଭିଯୋଗ କରିଆସିଥିବା ବେଳେ ନିଜେ ଅନୁଭବ କିମ୍ୱା ଦଳ ତରଫରୁ ଏହାର ଉତ୍ତର ମିଳିନାହିଁ।

Advertisment

 ଏଥିସହ ପୂର୍ବରୁ ସାଂସଦ ଅନୁଭବ ଯେଉଁ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ତାହା ମଧ୍ୟ କଳା ତାଲିକାଭୁକ୍ତ ୟୁନିଭରସିଟି ଥିଲା। ଏବେ ସୋସିଆଲ ମି଼ଡିଆରେ ଘୁରି ବୁଲୁଥିବା ସାଂସଦଙ୍କୁ ଡକ୍ଟରେଟ୍ ଉପାଧି ଖବର, ନିଶ୍ଚିତ ଭାବେ ଚଞ୍ଚକତାର ଆଉ ଏକ ଫର୍ଦ୍ଦ ହୋଇଥାଇପାରେ ବୋଲି ନିଶିକାନ୍ତ କହିଛନ୍ତି। ତେଣୁ ସାଂସଦ ନିଜେ ସାମ୍ନାକୁ ଆସି ଏହା ଉପରୁ ପରଦା ହଟାଇବା ଉଚିତ।

ସେପଟେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି। ତେଣୁ ସାଂସଦ ଅନୁଭବ ସାମ୍ନାକୁ ଆସି ଏହା ଉପରେ ସ୍ପଷ୍ଟ କରିବା ସହ ସମସ୍ତଙ୍କ ସନ୍ଦେହ ଦୂର କରିବା ଉଚିତ। ସେପଟେ ଏନେଇ ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ମୋବାଇଲ ନମ୍ବରରେ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

Advertisment
Bhubaneswar Congress MP Anubhab Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ