Advertisment

ଆଶ୍ଚର୍ଯ୍ୟ ! ! ! ଓଡ଼ିଶା ରାଜସ୍ୱ ଓ ଜଙ୍ଗଲ ବିଭାଗ ଖାତାରୁ ଦେଓମାଳି ପର୍ବତ ଗାଏବ

ଦେଓମାଳି ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ରେକର୍ଡରେ ନ ଥିବାବେଳେ କିଭଳି ରେକର୍ଡକୁ ଅଣାଯିବ ତାହା ଉପରେ ପଦକ୍ଷେପ ଗ୍ରହଣ କରାଯିବ। ଖୁବ୍‌ଶୀଘ୍ର ବୈଠକ ବସି ସମାଧାନ କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।

Congress slams Odisha Govt over not mentioning Deomali hills in revenue department’s record

Congress slams Odisha Govt over not mentioning Deomali hills in revenue department’s record

Advertisment

ଓଡ଼ିଶାର ରାଜସ୍ୱ ଓ ଜଙ୍ଗଲ ବିଭାଗ ଖାତାରେ ଦେଓମାଳି ପର୍ବତ ନାହିଁ। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଗୃହରେ ମନ୍ତବ୍ୟ ରଖିବା ପରେ କ୍ଷୋଭ ପ୍ରକାଶ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, କୋଟିଆ ଅକ୍ତିଆର ପାଇଁ ଆନ୍ଧ୍ର ହୀନ ଚକ୍ରାନ୍ତ ଜାରି ରଖିଛି।  ଏପରିକି ଦେଓମାଳିରେ ମଧ୍ୟ ଆନ୍ଧ୍ର ଅଧିକାରୀମାନେ ବୁଲୁଛନ୍ତି।  ଏଣୁ ଦେଓମାଳି କାହାର ସେନେଇ ପ୍ରଶ୍ନ ଉଠିଛି।

Advertisment

ସେପଟେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବାଚସ୍ପତି ମଧ୍ୟ ଆଚମ୍ବିତ ହୋଇଥିବା ଗୃହରେ ପ୍ରକାଶ କରିଛନ୍ତି। ଜଙ୍ଗଲ, ରାଜସ୍ୱ ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ସମନ୍ୱୟ ବୈଠକ କରି ପଦକ୍ଷେପ ନେବାକୁ ନେଇ ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ଏହି ପ୍ରସଙ୍ଗକୁ ଗୃହରେ ଉଠାଇଛନ୍ତି।

କଂଗ୍ରେସର କ୍ଷୋଭ ଏବଂ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ ପାତ୍ର ପୁଣି ଥରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ମୁଁ କିଛି ଭୁଲ୍‌ କହିନି, ଯାହା ରେକର୍ଡରେ ଥିଲା ତାହା ଗୃହରେ ଉପସ୍ଥାପନ କରିଥିଲି। ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ଦେଓମାଳି ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ରେକର୍ଡରେ ନ ଥିବାବେଳେ କିଭଳି ରେକର୍ଡକୁ ଅଣାଯିବ ତାହା ଉପରେ ପଦକ୍ଷେପ ଗ୍ରହଣ କରାଯିବ। ଖୁବ୍‌ଶୀଘ୍ର ବୈଠକ ବସି ସମାଧାନ କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।

Advertisment
Odisha Assembly Deomali Hills
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ