Advertisment

ସାଲୁଜା ଖୋଲିଲେ ଗୁମର ! ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ?

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ? ଏହାର ଗୁମର ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମମିତା ହତ୍ୟା ମାମଲାରେ ରାୟପୁର ବୁଝାମଣା ନେଇ ଖୁଲାସା କଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା । ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର ଏ ପ୍ରସଙ୍ଗରେ ଉଠାଇଥିଲେ, ଆଉ ଏବେ ପୁଣି ଥରେ ରାୟପୁର କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ।

ଅଦ୍ୟତନ ହୋଇଛି
 Santosh Saluja

Santosh Saluja

Advertisment

ରାୟପୁର : ରାୟପୁର ରାଜ୍ ଖୋଲିଲେ ସାଲୁଜା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ? ଏହାର ଗୁମର ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମମିତା ହତ୍ୟା ମାମଲାରେ ରାୟପୁର ବୁଝାମଣା ନେଇ ଖୁଲାସା କଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା । ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର ଏ ପ୍ରସଙ୍ଗରେ ଉଠାଇଥିଲେ, ଆଉ ଏବେ ପୁଣି ଥରେ ରାୟପୁର କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ।

Advertisment

ସେପ୍ଟେମ୍ବର ୨୦ରେ ମମିତା ବସ୍ ଯୋଗେ ଘରୁ ବାହାରିଥିଲେ । ଆଉ ମହାଲିଙ୍ଗରୁ ଅଭିଯୁକ୍ତ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇ ଯାଇଥିଲା । ୨୦ରୁ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ରାୟପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅଭିଯୁକ୍ତ ଗୋବିନ୍ଦ ଓ ଶିକ୍ଷୟିତ୍ରୀ ମମିତା ରହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି  । ସେଠାରେ ମୁଝାମଣା କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ । ସେଠାରେ କୁଲ ହୋମ ଆପାର୍ଟମେଣ୍ଟରେ ମମିତାଙ୍କ ସହ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ । ହେଲେ ସେପ୍ଟେମ୍ବର ୨୩ରେ ଘରକୁ ଫେରି ଆସିଥିଲେ ମମିତା ।

ମମିତା ମନ୍ତ୍ରୀ ଓ ଗୋବିନ୍ଦ କଥାରେ ରାଜି ହୋଇନଥିଲେ । ବୁଝାମଣା ହୋଇ ନ ପାରିବାରୁ ମୃତକଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିଲା ଗୋବିନ୍ଦ । ୭ ତାରିଖରେ ମମିତା ଆକାଉଣ୍ଟରେ ୮ ହଜାର ଡିପୋଜିଟ୍ କରିଥିଲା ଅଭିଯୁକ୍ତ । ଆଉ ଟଙ୍କା ଡିପୋଜିଟ୍ କରିବାର ଗୋଟିଏ ଦିନ ପରେ ତତା ୮ ତାରିଖରେ ଗୋବିନ୍ଦ ମମିତାକୁ ଡକାଇ ହତ୍ୟା କରିଥିବା କଥା କହିଛନ୍ତି ସାଲୁଜା । କଲ ରେକର୍ଡ ଯାଞ୍ଚ କଲେ ୩ ଜଣ ଗୋଟିଏ ସ୍ଥାନରେ ଥିଲେ ନା ନାହିଁ ଜଣାପଡ଼ିବ । ମାତ୍ର ପୋଲିସ ଏଯାବତ ଏ ଦିଗରେ ଖୁଲାସା କରିନି ।

Advertisment

ରାୟପୁରରେ ଥିବା ସମୟରେ କଲ ରେଜିଷ୍ଟରକୁ ସାମ୍ନାକୁ ଆଣିବାକୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି । ଏଥିସହ ପେନଡ୍ରାଇଭ୍ ଓ ଲାପଟପ୍ ମିଳିଥିଲେ ମଧ୍ୟ ଖୁଲାସା କରାଯାଉନାହିଁ । ଏହି ପେନଡ୍ରାଇଭ୍ ଓ ଲାପଟପରେ ଅନେକ ନେତା ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ରହିଥିବା ସାଲୁଜା ସାଂଘାତିକ ଅଭିଯୋଗ କରିଛନ୍ତି ।

Advertisment
Santosh Saluja Mamita Murder Case ‘Raipur Theory’
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ