Advertisment

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ଦୁର୍ନୀତି: ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି । ଜଣଙ୍କ ପରେ ଜଣେ ଚାକିରି ଆଶାୟୀ ସାମ୍ନାକୁ ଆସି ବିଷୋଦଗାର୍ କରୁଛନ୍ତି । ତାସହ ବଖାଣୁଛନ୍ତି ନିଜ ବେଦନାଦାୟକ କାହାଣୀ । ଏସବୁ ଭିତରେ ଗତକାଲି ବିରଞ୍ଚିଙ୍କ କୁବେରପଣର ସତ ଖୋଜିବାକୁ ଏବଂ ଆର୍ଥିକ କାରବାରର ଗୁମର ଖୋଲିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଅଣ୍ଟା ଭିଡ଼ିଛି।

“ସ୍କୁଲ ଖୋଲିଲ କିନ୍ତୁ ସୁରକ୍ଷା ବ୍ୟବସ୍ଥା କରିବ କିଏ”

congress

Advertisment

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ବିଭାଗରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗକୁ ନେଇ ବର୍ଷିଲା କଂଗ୍ରେସ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ। ରାଜ୍ୟରେ ଟ୍ରାନ୍ସପରେନସି ବୋଲି କିଛି ନାହିଁ । ଜଣେ ବ୍ୟକ୍ତିଗତ ସହାୟକ ବିରଞ୍ଚି ସାହୁଙ୍କ ଘରୁ କୋଟି କୋଟି ଟଙ୍କା ସହ ଆଡ଼ମିଟ କାର୍ଡ ମିଳିଛି। ରାଜ୍ୟରେ 5T ଅକ୍ଷରେ ଅକ୍ଷରେ ପାଳନ କରିଛି ବୋଲି କଟାକ୍ଷ କରିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ । ତଥ୍ୟ ପ୍ରଦାନ କରି ଏହି ପ୍ରଶ୍ନ କରିଛି କଂଗ୍ରେସ। ପରୀକ୍ଷା କାହିଁକି ବିଳମ୍ବରେ ହେଉଛି? ଏମିତିକି ବିଜ୍ଞପ୍ତି ବାହାରିବାର ୪ରୁ ୫ ବର୍ଷ ପରେ ପରୀକ୍ଷା ହେଉଛି। କୋଟି କୋଟି ଯୁବକଙ୍କ ସ୍ୱପ୍ନ ସହ ସରକାର ଖେଳୁଛନ୍ତି ବୋଲି କହିଛି କଂଗ୍ରେସ। ଜେରା ବେଳେ ଜୁଡିସିଆଲ ଅଫିସର ଉପସ୍ଥିତ ରହିବାକୁ କହିଛି କଂଗ୍ରେସ। ତଦନ୍ତ ଚାଲିଥିବାରୁ ossc ସଦସ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଏହାସହ ବିରଂଚି ସାହୁ ଚାକିରିକାଳର ୨୬ ବର୍ଷ ମଧ୍ୟରେ କେଉଁ କେଉଁ ଅଧ୍ୟକ୍ଷକଙ୍କ ସହ କାମ କରିଛନ୍ତି ବୋଲି ପଚାରିଛି କଂଗ୍ରେସ । ସେପଟେର କଂଗ୍ରେସର ଅଭିଯୋଗ ନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସୂଚୁନା ଅନୁସାରେ, ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ରେ ନିଯୁକ୍ତି କେଳେଙ୍କାରୀକୁ ନେଇ ତେଜୁଛି ଅସନ୍ତୋଷ । କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି । ଜଣଙ୍କ ପରେ ଜଣେ ଚାକିରି ଆଶାୟୀ ସାମ୍ନାକୁ ଆସି ବିଷୋଦଗାର୍ କରୁଛନ୍ତି । ତାସହ ବଖାଣୁଛନ୍ତି ନିଜ ବେଦନାଦାୟକ କାହାଣୀ । ଏସବୁ ଭିତରେ ଗତକାଲି ବିରଞ୍ଚିଙ୍କ କୁବେରପଣର ସତ ଖୋଜିବାକୁ ଏବଂ ଆର୍ଥିକ କାରବାରର ଗୁମର ଖୋଲିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଅଣ୍ଟା ଭିଡ଼ିଛି।

Advertisment

ଶିକ୍ଷିତ ବେକାରଙ୍କୁ ଚାକିରିର ଚକ୍‌ମା ଦେଖାଇ ଧଳାହାତୀ ପୋଷା ନୀତି ଆପଣାଇଛି କି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ? OSSC ସଦସ୍ୟଙ୍କ ବହିଷ୍କୃତ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଭଳି ଆଉ କେତେ ଅଛନ୍ତି ମିଡିଲ୍‌ମ୍ୟାନ୍ ? କୋଟି କୋଟି ଟଙ୍କାର କାରବାର କରି ବିରଞ୍ଚିଙ୍କ କୁବେରପଣ ପଛରେ ଆଉ ସବୁ କିଏ ? ଭିଜିଲାନ୍ସର ଜାରି ରହିଥିବା ଖୋଳତାଡ଼ ଭିତରେ ମାମଲା ରୁଜୁ କରି ଏବେ ଏଣ୍ଟ୍ରି ମାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଶା କରାଯାଉଛି, ଇଡ଼ି ବିରଞ୍ଚିଙ୍କ ମନି ଲଣ୍ଡରିଂ ଏବଂ ଚାକିରି ଆଶାୟୀଙ୍କଠୁ ଅର୍ଥ ସଂଗ୍ରହ ପଛର ସତ ଉଗାରିବ । ସାଢ଼େ ୩ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠୁଳର ମୁଖ୍ୟ ଉତ୍ସ କଣ ? କେମିତି ଏବଂ କାହାକୁ ଅସ୍ତ୍ର କରି ପୁଳା ପୁଳା ଟଙ୍କା, ସୁନା, କୋଠାବାଡ଼ି ଅର୍ଜନ କରିଥିଲେ ବାବୁ ବିରଞ୍ଚି ? ଏ ରାକେଟ୍‌ରେ ଆଉ କିଏ ସବୁ ଅଛନ୍ତି ? ଏସବୁ ଦିଗକୁ ନେଇ ଖୋଳତାଡ଼ ହେବ ବୋଲି ଗତକାଲି କହିଥିଲେ ଇଡ଼ି ଯୁଗ୍ମ ନିର୍ଦ୍ଦେଶକ ।

Odisha OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ