Advertisment

ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉତ୍ତରକୁ ବିରୋଧ, ଧାରଣା ଦେଲେ କଂଗ୍ରେସ ବିଧାୟକ

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସର ବିରୋଧ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଆସି ଗୃହରେ ଉତ୍ତର ରଖିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ ସହ ହଟ୍ଟଗୋଳ କରିଛି।

Congress MLAs create ruckus in Assembly

Congress MLAs create ruckus in Assembly

Advertisment

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସର ବିରୋଧ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଆସି ଗୃହରେ ଉତ୍ତର ରଖିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ ସହ ହଟ୍ଟଗୋଳ କରିଛି। ରାଜ୍ୟରେ ହିଂସା ନେଇ ମୁଲତବି ଆଲୋଚନା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସରକାରଙ୍କ ପକ୍ଷରୁ ଉତ୍ତର ରଖୁଥିଲେ।

Advertisment

କଂଗ୍ରେସର ଦାବି ଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉତ୍ତର ରଖନ୍ତୁ। ହେଲେ ଦିବ୍ୟଶଙ୍କରଙ୍କୁ ଅନୁମତି ମିଳିବାରୁ କଂଗ୍ରେସ ବିଧାୟକ ବିରୋଧ କରି ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ।

ସେପଟେ ବିଧାନସଭାର ଶୁନ୍ୟକାଳରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠିଛି। କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଗ୍ରହଣ କରାନଯିବାରୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ସରକାରଙ୍କୁ ସମାଲୋଚନା କରିଛନ୍ତି। 

Advertisment

ଦୁର୍ନୀତି ଏବେକା ଘଟଣା ନୁହଁ ବୋଲି ଦର୍ଶାଇ ବାଚସ୍ପତି ଏନେଇ ମୁଲତବି ଆଲୋଚନାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏନେଇ ଅସନ୍ତୋଷ ପ୍ରକାଶ କରିବା ସହ ଖଣି ମାଲିକଙ୍କ ଚାପରେ ବାଚସ୍ପତି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଦେଉ ନାହାନ୍ତି ବୋଲି ମୋହନ ମାଝି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ହାଇ ଗ୍ରେଡ ଲୁହାପଥରକୁ ନିମ୍ନମାନର ଦର୍ଶାଇ ଚୋରି ହେଉଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସମାନ କଥା କହିଛନ୍ତି। ରାଜ୍ୟରେ ୫୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ସାଲୁଜା ଅଭିଯୋଗ କରିଛନ୍ତି।

ସେହିପରି ଶୂନ୍ୟକାଳରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ବା ବାଲି ହରିଲୁଟ୍ କଥା ଉଠିଛି। ବିଧାୟକ ସନାତନ ବିଜୁଳି ଏ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ବାଲି ହରିଲୁଟ୍ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ବାଲି ଚୋରା ଚାଲାଣ ଘଟଣାର ଅନୁଧ୍ୟାନ ପାଇଁ ବିଧାନସଭା କମିଟି ଗଠନ ପାଇଁ ରୁଲିଂ ଦେବାକୁ ବାଚସ୍ପତିଙ୍କ ପାଖରେ ସେ ଦାବି କରିଛନ୍ତି। 

Advertisment
Congress Odisha Assembly Minister Dibya Shankar Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ