Advertisment

୮ରେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ, କଂଗ୍ରେସ ନେତା ଭକ୍ତ ଦାସ କହିଲେ-ଜନତା କର୍ଫ୍ୟୁ ପାଳନ ହେବ

ରାଜ୍ୟ ସରକାରଙ୍କ ପ୍ରଛନ୍ନ ନିର୍ଦ୍ଦେଶରେ ମମିତା ହତ୍ୟା ମାମଲାରେ ଜଡ଼ିତ ଉଚ୍ଚପଦସ୍ତ କ୍ଷମତାଶୀଳ ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାର ହୀନ ଉଦ୍ୟମ କରାଯାଉଛି। ଯାହାକି ଦେଶର ସମ୍ବିଧାନ ପ୍ରତି କୁଠାରଘାତ ତଥା ରାଜ୍ୟ ସରକାରଙ୍କ କଳାହାଣ୍ଡି ଓ କଳାହାଣ୍ଡି ବାସିନ୍ଦାଙ୍କ ଆତ୍ମ ମର୍ଯାଦା, ସ୍ୱାଭିମାନ ପ୍ରତି ତାତ୍ସଲ୍ୟ ମନୋଭାବର ପରିଚୟ ବୋଲି ଭକ୍ତ ଦାସ କହିଛନ୍ତି।

ଅଦ୍ୟତନ ହୋଇଛି
Congress Leader Bhakta Charan Das

Congress Leader Bhakta Charan Das

Advertisment

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ପାଇଁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଲଢ଼େଇ ଜୋରଦାର କରିଛନ୍ତି। ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏହାକୁ ବିରୋଧ କରି ଜନତା କର୍ଫ୍ୟୁ ପାଳନ ପାଇଁ କଳାହାଣ୍ଡି ବାସିନ୍ଦାଙ୍କୁ ଭକ୍ତ ଚରଣ ଦାସ ଆହ୍ୱାନ ଦେଇଛନ୍ତି। ଏହାସହ ଆସନ୍ତା ୭ ତାରିଖରେ ମମିତାଙ୍କ ଆତ୍ମାର ସଦ୍‌ଗତି ପାଇଁ ଦିନ ୧୧ଟାରେ ୨ ମିନିଟ ନିରବ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି।   

Advertisment

ରାଜ୍ୟ ସରକାରଙ୍କ ପ୍ରଛନ୍ନ ନିର୍ଦ୍ଦେଶରେ ମମିତା ମେହେର ହତ୍ୟା ଘଟଣାରେ ଜଡ଼ିତ ଉଚ୍ଚପଦସ୍ତ କ୍ଷମତାଶୀଳ ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାର ହୀନ ଉଦ୍ୟମ କରାଯାଉଛି। ଏହା ଆମ ଦେଶର ସମ୍ବିଧାନ ପ୍ରତି କୁଠାରଘାତ ତଥା ରାଜ୍ୟ ସରକାରଙ୍କ କଳାହାଣ୍ଡି ଓ କଳାହାଣ୍ଡି ବାସିନ୍ଦାଙ୍କ ଆତ୍ମ ମର୍ଯାଦା, ସ୍ୱାଭିମାନ ପ୍ରତି ତାତ୍ସଲ୍ୟ ମନୋଭାବର ପରିଚୟ ବୋଲି ଭକ୍ତ ଦାସ କହିଛନ୍ତି। ଏନେଇ ସୋସିଆଲ ମିଡ଼ିଅରେ ଭିଡିଓ ବାର୍ତ୍ତା ଛାଡ଼ି ସମସ୍ତଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ, ରିପୋର୍ଟ ଲେଖା ଯିବା ସୁଦ୍ଧା ଭକ୍ତ ଦାସଙ୍କ ଆକ୍ଷେପ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

ଏହାପୂର୍ବରୁ ମମିତା ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ କଂଗ୍ରେସ ନେତା ଭକ୍ତ ଦାସ। ଏହି ମାମଲାରେ କେବଳ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୁହଁନ୍ତି ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ବଡ଼ ଲୋକମାନେ ବି ସାମିଲ ଥିବା ସେ ଅଭିଯୋଗ କରିଥିଲେ।

Advertisment

ସେପଟେ ମମିତା ହତ୍ୟା ଘଟଣା ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଆସୁଥିବା ଅଭିଯୋଗ ବିଜେଡିର ପଶ୍ଚିମ ଓଡ଼ିଶା ମିଶନ୍‌କୁ ଘାଟା କରାଇପାରେ ବୋଲି ଚର୍ଚ୍ଚା ହେଉଛି। ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ଦିନକୁ ଦିନ ଜୋର୍ ହେଉଛି । ତେଣୁ ଏହି ଘଟଣାର ପ୍ରଭାବ ଆଗକୁ କଣ ପଡ଼ିବ ? ଏହି ପ୍ରଭାବ କେବଳ ପଶ୍ଚିମ ଓଡ଼ିଶାରେ ରହିବ ନା ସାରା ରାଜ୍ୟରେ ପଡ଼ିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment
Kalahandi Congress Leader Bhakta Das Mamita Meher Murder Case Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ