Astrospeak
  • Live TV
  • Read In English

ଶ୍ରୀମନ୍ଦିର ଶହେ ମିଟର ପରିଧି ଭିତରେ ଖନନକୁ ନେଇ ପୁଣି ଦ୍ୱନ୍ଦ୍ୱ

ଜିଲ୍ଲାପାଳ ଗତ ୭ ତାରିଖରେ ସମସ୍ତ ଅନୁମତି ମିଳିଥିବା କହିଥିବା ବେଳେ ASIର ସୁପରିଟେଣ୍ଡଣ୍ଟ ଆରକ୍ୟଲୋଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି ASI ପକ୍ଷରୁ ପ୍ରଶାସନକୁ ଏବାବଦରେ କିଛି କୁହାଯାଇନାହିଁ

puri temple
puri temple

ଶ୍ରୀମନ୍ଦିରର ଶହେ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଶାସନ ପାଖରେ ଅଛି କି ଅନୁମତି ? ASI ଓ ନ୍ୟାସନାଲ ମନୁମେଣ୍ଟ ଅଥୋରିଟି ଦେଇଛନ୍ତି କି NOC ? ଜିଲ୍ଲାପାଳ ଗତ ୭ ତାରିଖରେ ସମସ୍ତ ଅନୁମତି ମିଳିଥିବା କହିଥିବା ବେଳେ ASIର ସୁପରିଟେଣ୍ଡଣ୍ଟ ଆରକ୍ୟଲୋଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି ASI ପକ୍ଷରୁ ପ୍ରଶାସନକୁ ଏବାବଦରେ କିଛି କୁହାଯାଇ ନାହିଁ । ତେବେ ASI ଡିଜି ଶ୍ରୀମନ୍ଦିର ଗସ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି ।ଏହି ରିପୋର୍ଟ ଆଧାରରେ ସରକାର କାର୍ଯ୍ୟ କରିବେ ।

ତେବେ ନିୟମ ଅନୁୟାୟୀ ଶ୍ରୀମନ୍ଦିର ଶହେ ମିଟର ପରିଧି ଭିତରେ ଜନ ସାଧାରଣଙ୍କ ସୁବିଧା ପାଇଁ ଶୌଚାଳୟ, ପାଣି ବ୍ୟବସ୍ଥା, ଡ୍ରେନେଜ୍, ବିଦ୍ୟୁତ ବ୍ୟବସ୍ଥା ଆଦି କରିବା ପାଇଁ ଅନୁମତି ରହିଛି । ଶହେ ମିଟର ବାହାରେ ଯେକୌଣସି ନିର୍ମାଣ ପାଇଁ ନ୍ୟାସନାଲ ମନୁମେଣ୍ଟ ଅଥୋରିଟିଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । କିନ୍ତୁ ଶହେ ମିଟର ଭିତରେ ନିର୍ମାଣ ପାଇଁ ASI କୌଣସି NOC ଦେଇନଥିବା କହିଛନ୍ତି ASIର ସୁପରିଟେଣ୍ଡଣ୍ଟ ଆରକ୍ୟଲୋଜିଷ୍ଟ ।

ଗତ ୭ ତାରିଖରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଶ୍ରୀନ୍ଦିର ଚାରିପାଖରେ ଶୌଚାଳୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ କହିଥିଲେ । ତେବେ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଚାଲିଥିବା ଖନନ କାର୍ଯ୍ୟ ନେଇ ପୁରୀ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବା ସହ ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରିଥିଲେ ।