Amazon Sell Mahaprasad
ଆମାଜନ ବିକୁଛି ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜା । ବିନା ଅନୁମତିରେ ଅନଲାଇନରେ ଏହି ସବୁ ସାମଗ୍ରୀ ବିକ୍ରି କରାଯାଉଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ବିନା ଅନୁମତିରେ ଏହି ସବୁ ସାମଗ୍ରୀ ବିକ୍ରି କରାଯାଉଥିବାରୁ ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ।
ଅନ୍ଲାଇନ୍ରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ତୁଳସୀ ଓ ଖଜାର ଦାମ୍ ୧୫୦୦ ଟଙ୍କା ରହିଛି । ଏତିକି ଟଙ୍କାରେ ୪ଟି ଖଜା, ଗୋଟିଏ ନିର୍ମାଲ୍ୟ ପୁଡିଆ ଓ ଅଳ୍ପ ତୁଳସୀ ମିଳୁଛି । ତେବେ ଏସବୁ ଆମାଜନ ପାଉଛି କେଉଁଠୁ, କିଏ ତାକୁ ଯୋଗାଉଛି ବୋଲି ଶମ୍ଭୁନାଥ ଖୁଣ୍ଟିଆ ପ୍ରଶ୍ନ କରିଛନ୍ତି । ପୂର୍ବରୁ ୨୦୨୦ରେ ମଧ୍ୟ ଏଭଳି ସମାନ ମାମଲା ସାମ୍ନାକୁ ଆସିଥିଲା । ତେବେ ତିନି ବର୍ଷ ପରେ ଏବେ ପୁଣି ଥରେ ଏଭଳି ମାମଲା ସାମ୍ନାକୁ ଆସିଛି ।
ଯଦି ଅନ୍ଲାଇନ୍ ସଂସ୍ଥା ମହାପ୍ରଭୁଙ୍କ ତୁଳସୀ ବିକ୍ରି କରିବେ ତେବେ ଛତିଶାନିଯୋଗ, ସେବାୟତ, ପଣ୍ଡା ପଢ଼ିଆରୀମାନେ କ'ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଛାମୁ ଖୁଣ୍ଟିଆ ନିଯୋଗର ସେବାୟତ । ଏଥିପାଇଁ ତୁରନ୍ତ ଆମାଜନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700638611.jpg)