Advertisment

ଟ୍ୱିନ୍‌ସିଟିରେ ଖୋଲିବ ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା, ଆଉ ୩ ନୂଆ ଥାନା ଖୋଲିବାକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ। ଏହାସହ କମିଶନରେଟ୍ ପୋଲିସ ଅଞ୍ଚଳରେ ଆଉ ୩ଟି ନୂଆ ଥାନା ଗଠନକୁ ମଞ୍ଜୁରୀ ଦିଆଯାଇଛି।

ଅଦ୍ୟତନ ହୋଇଛି
Odisha Police

Odisha Police

Advertisment

ଭୁବନେଶ୍ୱର: ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ। ଏନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି ବୋଲି ସୂଚନା ଦିଆଯାଇଛି। ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ, ନିଶାଦ୍ରବ୍ୟ ସମ୍ପର୍କିତ ବିଭିନ୍ନ ଅପରାଧ ସମ୍ପର୍କରେ ଏହି ଶାଖା ଅନୁସନ୍ଧାନ କରି ପଦକ୍ଷେପ ନେବେ। 

Advertisment

ଜଣେ ଡିସିପିଙ୍କ ଅଧିନରେ ଏହି ଶାଖା କାର୍ଯ୍ୟ କରିବ ବୋଲି କୁହାଯାଇଛି। ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ ଜଣ ଇନ୍ସପେକ୍ଟର, ୧୨ ଜଣ ସବ୍ ଇନ୍ସପେକ୍ଟର, ୩ ଜଣ ଏଏସ୍ଆଇ, ୩୦ ଜଣ କନଷ୍ଟେବଲ୍‌ଙ୍କୁ ମିଶାଇ ମୋଟ୍ ୫୯ ଜଣ କର୍ମଚାରୀଙ୍କୁ ନେଇ ଶାଖା କାମ କରିବ।

ସେହିପରି କମିଶନରେଟ୍ ପୋଲିସ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଉ ୩ଟି ନୂଆ ଥାନା ଗଠନକୁ ମଞ୍ଜୁରୀ ଦିଆଯାଇଛି। ଅର୍ଥାତ୍ କମିଶନରେଟ୍ ପୋଲିସ ଅଞ୍ଚଳରେ ଥିବା ୩ଟି ଫାଣ୍ଡିକୁ ଥାନାର ମାନ୍ୟତା ଦିଆଯାଇଛି। ଏହି ୩ ଫାଣ୍ଡି ହେଲା ପାହାଳ, ଇନ୍‌ଫୋଭ୍ୟାଲି ଓ ବୟାଳିଶ ମୌଜା-ବେଣ୍ଟକାର।

Advertisment
Commissionerate Police Crime Investigation Unit Organised Crime New Police Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ