Advertisment

ଏଣିକି ଆଉ ଖସି ପାରିବେନି: ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍‌ ନଦେଲେ ମାମଲା ରୁଜୁ

ଟ୍ରାଫିକ ନିୟମ ଭାଙ୍ଗିବା ପରେ ଯେଉଁମାନେ ଜରିମାନା ଦେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରାଯାଇଛି। ଯେଉଁମାନେ ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ।

ଅଦ୍ୟତନ ହୋଇଛି
Traffic Rule Voilation In Odisha

Commissionerate police to file report against traffic rule violators

Advertisment

ଟ୍ୱିନ୍‌ସିଟି କଟକ-ଭୁବନେଶ୍ୱରରେ ଟ୍ରାଫିକ୍‌ ବ୍ୟବସ୍ଥାର ସୁଧାର ପାଇଁ କମିଶନରେଟ୍ ପୋଲିସ୍‌ ପଦକ୍ଷେପ ଗ୍ରହଣ କରିଛି। ଏଥିପାଇଁ ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗିବା ପରେ ଜରିମାନା ଦେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରାଯାଇଛି। ଟ୍ୱିନ୍‌ସିଟିର ଅପରାଧ ସମୀକ୍ଷାରୁ ଜଣାପଡିଛି ଯେ, ଅନେକ ଖିଲାପକାରୀ ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗିବା ସହ ଫାଇନ ଦେଉ ନାହାନ୍ତି।

Advertisment

ଯେଉଁମାନେ ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏଥିସହ କଟକ-ଭୁବନେଶ୍ୱର ଅପରାଧ ନିୟନ୍ତ୍ରଣ ଉପରେ ଅଧିକ ଫୋକସ ଦିଆଯାଇଛି। ୫ବର୍ଷ ହେବ ପଡ଼ି ରହିଥିବା ମାମଲାର ତଦନ୍ତ ସାରିବା ସହ ଚାର୍ଜସିଟ୍ ଦାଖଲ କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। 

ସୂଚନାଥାଉ କି, ଟ୍ରାଫିକ ନିୟମ ଯେତେ କଡ଼ାକଡ଼ି ହେଲେ ମଧ୍ୟ କିଛି ଲୋକ ଏହାକୁ ଠିକ୍‌ ଭାବେ ପାଳନ କରୁ ନାହାନ୍ତି। ଏପରିକି ଫାଇନ୍‌ ପଡ଼ୁଥିଲେ ମଧ୍ୟ ଏହାକୁ ଦେଉ ନାହାନ୍ତି। ତେଣୁ ଏଭଳି ଲୋକଙ୍କୁ ସାବାଡ୍‌ କରିବା ପାଇଁ କମିଶନରେଟ୍ ପୋଲିସ୍‌ ପକ୍ଷରୁ ଏଭଳି ପପକ୍ଷେପ ଗ୍ରହଣ କରାଯାଇଛି। ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନଥିବା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

Advertisment
Traffic Rule Violation Violation Of Traffic Rules Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ