Bouncer Not Allowed
ବାରରେ ନିୟୋଜିତ ହେବେନି ବାଉନସର । ବାହୁ ଦେଖାଇ ଆଇନକୁ ହାତକୁ ନେଲେ ବାନ୍ଧିବ ପୋଲିସ । ଗ୍ରାହକଙ୍କୁ ଧମକଚମକ ସହ ଦାଦାଗିରି ଦେଖାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । କିଛିଦିନ ଧରି ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ଏନେଇ ଟୁଇନସିଟିରେ ଜାରି ହୋଇଛି SOP ।
ଯଦି ବାର କର୍ତ୍ତୃପକ୍ଷ କୌଣସି ସୁରକ୍ଷାକର୍ମୀ ନିୟୋଜିତ କରିବେ ତେବେ ପୂର୍ବରୁ ସେହି ଅଂଚଳର ଡିସିପିଙ୍କ ଅନୁମତି ନେବେ । ନିୟୋଜିତ ହେଉଥିବା ସୁରକ୍ଷାକର୍ମୀଙ୍କ ରେକର୍ଡ ଯାଞ୍ଚ କରିବେ । ଯଦି କାହାକୁ ସୁରକ୍ଷାକର୍ମୀ ଭାବେ ରଖିବେ ତେବେ ପଞ୍ଜୀକୃତ ପ୍ରାଇଭେଟ ସିକ୍ୟୁରିଟି ସଂସ୍ଥାରୁ ସୁରକ୍ଷାକର୍ମୀ ନିୟୋଜିତ କରିବେ। ଏ ନେଇ ସ୍ଥାନୀୟ ପୋଲିସ ଥାନାରେ ନିୟୋଜିତ କର୍ମଚାରୀଙ୍କ ତଥ୍ୟ ଦାଖଲ କରିବେ ।
ଆଇନ ମୁତାବକ ଏହି ସୁରକ୍ଷାକର୍ମୀ ବାରରେ ନିଜ ଦାୟିତ୍ୱ ସମ୍ପାଦନ କରିବେ । ଆବଶ୍ୟକ ହେଲେ ସେମାନେ ୧୧୨କୁ କଲ୍ କରି ପୋଲିସକୁ ଡାକିପାରିବେ । କୌଣସିମତେ ସାଧାରଣ ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବା ପରି କୌଣସି କାର୍ଯ୍ୟ କରିବେ ନାହିଁ । ଏ ନେଇ ୨ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଚିଠି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689856927.jpg)