Advertisment

ଅପରାଧୀଙ୍କୁ ଧନ୍ଦାମୂଳକ ଶିକ୍ଷା ଦେଉଛି ପୋଲିସ କମିଶନରେଟ୍, ଦେଖନ୍ତୁ ଭିଡିଓ

୫୦ ଜଣ ଯୁବକଙ୍କୁ ଆଣି କମିଶନରେଟ୍ ପୋଲିସ ଧନ୍ଦାମୂଳକ ଶିକ୍ଷା ଦେଇଛି

ଅଦ୍ୟତନ ହୋଇଛି
Criminal

Criminal

Advertisment

ରାଜଧାନୀର ଅପରାଧୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ କମିଶନରେଟ୍ ପୋଲିସର ସାଧୁ ଉଦ୍ୟମ । ଦିଆଯାଇଛି ଉପଯୁକ୍ତ ଶିକ୍ଷା ସହ ତାଲିମ । ସେମାନେ କେମିତି ସ୍ୱାବଲମ୍ବୀ ହେବେ ଏବଂ ରୋଜଗାର କରି ନିଜ ଗୋଡ଼ରେ ନିଜେ ଛିଡ଼ା ହେବେ । ସେଥିପାଇଁ ପ୍ରୟାସ କରିଛି କମିଶନରେଟ ପୋଲିସ । ଡ୍ରିମ୍‌ସ ପ୍ରୋଜେକ୍ଟ ଜରିଆରେ ଅପରାଧ ରାସ୍ତାରେ ଯାଇଥିବା ୫୦ ଜଣ ଯୁବକଙ୍କୁ ଆଣି କମିଶନରେଟ୍ ପୋଲିସ ଧନ୍ଦାମୂଳକ ଶିକ୍ଷା ଦେଇଛି । ତାସହ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରିଛି ।

Advertisment

ଗତ ଫେବ୍ରୁଆରୀ ୨ ତାରିଖରୁ ଆରମ୍ଭ ହୋଇଥିଲା ଏହି ଯୋଜନା । ଗତ ପ୍ରାୟ ୩ ମାସ ମଧ୍ୟରେ ଟ୍ରେନିଂ ନେବା ପରେ ବଦଳିଯାଇଛନ୍ତି ଅପରାଧୀ । ଦିନେ ମଦ, ବ୍ରାଉନସୁଗାର, କୋକେନ ଭଳି ନିଶା ସହ ନାନା ଅପରାଧରେ ଜଡ଼ିତ ଯୁବକ ଏବେ ଜୀବନର ବାସ୍ତବତାକୁ ବୁଝି ପରିବର୍ତ୍ତନ ହୋଇଯାଇଛନ୍ତି । ତାସହ ଭଲ ରାସ୍ତାରେ ଚାଲିବା ପାଇଁ ସଂକଳ୍ପ ନେଇଛନ୍ତି ।

Criminal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ