Advertisment

ଫିଟ୍‌ ରହିବା ପାଇଁ ବିଷ ଖାଉଛନ୍ତି ଆଜିକା ଯୁବକ !

ନିଜକୁ ଫିଟ୍ ରଖିବା ପାଇଁ ଆବଶ୍ୟକତାରୁ ଅଧିକ ଏକ୍ସରସାଇଜ୍ ବି ହାର୍ଟ ଆଟାକ୍‌ର ପ୍ରମୁଖ କାରଣ ପାଲଟୁଛି କିି? କାହିଁକି ନା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ୍ ଜିମ୍‌ରେ ବ୍ୟାୟାମ କରିବା ସମୟରେ ହିଁ ହୃଦ୍‌ଘାତର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ।

Heart attack

Heart attack

Advertisment

ହୃଦ୍‌ଘାତରେ ଶିକାର ହୋଇଥିବା ବଲିଉଡ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଛି । ଦିଲ୍ଲୀ ଏମସ୍‌ରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଡାକ୍ତରଙ୍କ କହିବା ମୁତାବକ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିଲେ ବି ସେଭଳି କୌଣସି ବିଶେଷ ଉନ୍ନତି ପରିଲକ୍ଷିତ ହେଉନାହିଁ । ଗତକାଲି ଦିଲ୍ଲୀର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ହିଁ ସେ ହାର୍ଟ ଆଟାକ୍‌ର ସମ୍ମୁଖୀନ ହୋଇଥିଲେ । ପୂର୍ବରୁ ଏକ୍ସରସାଇଜ୍ କରିବା ସମୟରେ ହାର୍ଟ ଆଟାକ୍‌ରୁ ପୁନିତ୍ କୁମାରଙ୍କ ଭଳି ସେଲିବ୍ରିଟିଙ୍କ ମୃତ୍ୟୁ ହେବା ଏବଂ ଏବେ ଶ୍ରୀବାସ୍ତବ ବି ସମାନ କାରଣ ପାଇଁ ଅସୁସ୍ଥ ହେବା ଚିନ୍ତା ବଢ଼ାଇଛି ।

Advertisment

କନ୍ନଡ଼ ଫିଲ୍ମ ଜଗତର ସୁପରଷ୍ଟାର ପୁନିତ ରାଜୁମାର, ଟେଲିଷ୍ଟାର ସିଦ୍ଧାର୍ଥ ଶୁକ୍ଳା, ପ୍ରଖ୍ୟାତ ବଲିଉଡ୍ ସିଙ୍ଗର କ୍ରିଷ୍ଣକୁମାର କାମାଥ୍(କେକେ) ନିକଟରେ ଅକସ୍ମାତ ହୃଦ୍‌ଘାତ ଶିକାର ହୋଇ ଅକାଳରେ ଜୀବନ ହରେଇଛନ୍ତି ତିନି ସେଲିବ୍ରିଟି । ଦୁନିଆ ଛାଡ଼ିବା ବେଳେ ବୟସ କହିଲେ କାହାକୁ ୫୩(କେକେ), କିଏ ୪୬( ପୁନିତ) ତ ପୁଣି କାହାକୁ ମାତ୍ର ୪୦ ବର୍ଷ(ସିଦ୍ଧାର୍ଥ) । ହେଲେ ଏତେ କମ୍ ବୟସରେ, ପୁଣି ସବୁବେଳେ ନିଜକୁ ଫିଟ୍ ରଖୁଥିବା ଏତେ ସଂଖ୍ୟକ ସେଲିବ୍ରିଟି କାହିଁକି ହେଉଛନ୍ତି ହୃଦ୍‌ଘାତର ଶିକାର ? ପରିବର୍ତ୍ତିତ ଜୀବନ ଶୈଳୀ, ଅତ୍ୟଧିକ ଷ୍ଟ୍ରେସ୍‌କୁ ହୃଦ୍‌ଘାତର କାରଣମାନ କୁହାଯାଉଥିଲା ।

ନିଜକୁ ଫିଟ୍ ରଖିବା ପାଇଁ ଆବଶ୍ୟକତାରୁ ଅଧିକ ଏକ୍ସରସାଇଜ୍ ବି ହାର୍ଟ ଆଟାକ୍‌ର ପ୍ରମୁଖ କାରଣ ପାଲଟୁଛି କିି? କାହିଁକି ନା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ୍ ଜିମ୍‌ରେ ବ୍ୟାୟାମ କରିବା ସମୟରେ ହିଁ ହୃଦ୍‌ଘାତର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । କୁହାଯାଉଛି ଯେ, ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ଯେତେବେଳେ ଟ୍ରେଡ୍‌ମିଲ୍‌ରେ ଦୌଡୁଥିଲେ, ଠିକ୍ ସେହି ସମୟରେ ହିଁ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କଲେ, ଆଉ ତଳେ ପଡ଼ିଗଲେ । ତୁରନ୍ତ ତାଙ୍କୁ ଏମସ୍‌ରେ ଭର୍ତ୍ତି କରାଯାଇଥିଲା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।

Advertisment

ସମାନ ଅବସ୍ଥା ଭୋଗିଥିଲେ ପୁନିତ୍ ରାଜକୁମାର । ସକାଳୁ ଏକ୍ସରସାଇଜ୍ କରିବା ସମୟରେ ହିଁ ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଆଉ ହସ୍ପିଟାଲ୍ ନେବା ବେଳକୁ ତାଙ୍କ ଜୀବନ ଚାଲିଯାଇଥିଲା । ହୃଦ୍‌ରୋଗ ବିଶେଷଜ୍ଞଙ୍କ ମତରେ ହଠାତ୍ ଅତ୍ୟଧିକ ବ୍ୟାୟାମ ହୃଦ୍‌ଘାତ ହେବାର ଆଶଙ୍କାକୁ ବଢ଼ାଇ ଦେଇଛି । ବିଶେଷକରି ମଧ୍ୟବୟସ୍କଙ୍କ ଠାରେ ଏଭଳି ଭଳି ଘଟଣା ଅଧିକ ଘଟିବାରେ ଲାଗିଛି ।

ବିଶେଷଜ୍ଞଙ୍କ ମତରେ ଜିମ୍‌ରେ ୱାର୍କଆଉଟ୍‌ କରିବା ଏବେ ଏକ ଟ୍ରେଣ୍ଡ୍ ପାଲଟିଯାଇଛି । ଫିଟ୍ ରହିବା ଲାଗି ଦୈନିକ ବ୍ୟାୟାମ୍ ତ ନିହାତି ଦରକାର । କିନ୍ତୁ ଶରୀରକୁ ସୁଠାମ ଓ ସୁନ୍ଦର କରିବା ଲୋଭରେ ଅନେକେ ନିଜ ଶାରୀରିକ ସ୍ଥିତିକୁ ନ ପରଖି, ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଜିମ୍‌ରେ ଆବଶ୍ୟକତାଠୁ ଅଧିକ ସମୟ ବିତାଉଛନ୍ତି । ଷ୍ଟେରଏଡ୍ ଭଳି ଔଷଧ ସେବନ କରୁଛନ୍ତି । ଫଳରେ ଶରୀରର ମାଂସପେଶୀ ତ ମଜଭୁତ୍ ଦିଶୁଛି, ହେଲେ ବିଭିନ୍ନ କାରଣରୁ ନିଜର ଦୁର୍ବଳ ହୃତ୍‌ପିଣ୍ତ ଅଧିକ ଏକ୍ସରସାଇଜ୍ ଦ୍ୱାରା ଘାତକ ପରିଣାମ ଆଣୁଛି । ତେଣୁ ଫିଟ୍‌ନେସ୍‌ ବିଶେଷଜ୍ଞଙ୍କ ମତରେ ଜିମ୍‌ରେ ହୃଦ୍‌ଘାତ ଭଳି ଆଶଙ୍କାକୁ ଏଡ଼ାଇବାକୁ ସୁଷମ ଖାଦ୍ୟପେୟ ଗ୍ରହଣ କରିବା, ରାତାରାତି ଫିଟ୍ ହୋଇଯିବା ଲକ୍ଷ୍ୟରେ ଅତ୍ୟଧିକ ଏକ୍ସର୍‌ସାଇଜ୍‌ ନକରି ଶାରୀରିକ ଆବଶ୍ୟକତାକୁ ଦେଖି ଧିରେ ଧିରେ ଏବଂ ନିୟମିତ ବ୍ୟାୟାମ୍ କରିବା ଉଚିତ୍ ।

Advertisment

କାର୍ଡିଓଲୋଜି ସୋସାଇଟି ଅଫ୍ ଇଣ୍ଡିଆର ତଥ୍ୟ ଅନୁସାରେ ଭାରତରେ ପ୍ରତି ମିନିଟରେ ୩୫ରୁ ୫୦ ବର୍ଷ ବୟସର ୪ ଜଣ ବ୍ୟକ୍ତି ହୃଦ୍‌ଘାତର ଶିକାର ହେଉଛନ୍ତି । ଭାରତରେ ହୃଦ୍‌ଘାତରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୫ ପ୍ରତିଶତ ହେଉଛନ୍ତି ୩୫ ବର୍ଷ ଏବଂ ତାଠାରୁ କମ୍ ବୟସର ।

ରିପୋର୍ଟର- ବିଶ୍ୱଜିତ୍ ଆଚାର୍ଯ୍ୟ, କପିଳେନ୍ଦ୍ର ପ୍ରଧାନ

Heart Attack Special Story Comedian Raju Srivastav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ