Advertisment

ଏଠି ପ୍ରତି ବର୍ଷ ୧୫ ଦିନ ପାଇଁ ଖୋଲେ ‘ନର୍କର ଦ୍ୱାର’

ଶ୍ରାଦ୍ଧ ଉତ୍ସବ ଖାଲି ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ପାଳନ କରାଯାଏ। ଏଠାରେ ବି ଲୋକେ ସେମାନଙ୍କ ପିତୃପୁରୁଷଙ୍କ ପାଇଁ ଭୋଜ୍ୟ ଟେକନ୍ତି। ତେବେ ଏହା କେଉଁଠି ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Combodian festival opens gates of hell for 15 days to feed starving ghosts

Combodian festival opens gates of hell for 15 days to feed starving ghosts

Advertisment

ଆମ ଦେଶରେ ଶ୍ରାଦ୍ଧର ୧୫ ଦିନ ବିତିଯାଇଛି, ଯାହା ଦ୍ୱାରା ପୂଜାପାଠ ଏବଂ ଭୋଜନ ମାଧ୍ୟମରେ ପିତୃପୁରୁଷଙ୍କୁ ତୃପ୍ତ କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏପରି ପର୍ବ କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟ କେତେକ ଦେଶରେ ମଧ୍ୟ ପାଳନ କରାଯାଏ, ଯେଉଁଠାରେ ଏ ଦୁନିଆରୁ ଚାଲିଯାଇଥିବା ଲୋକଙ୍କ ପାଇଁ ଭୋଜ୍ୟ ଟେକାଯାଏ। ତେବେ ଆସନ୍ତୁ ଜାଣିବା ଏମିତି ଏକ ଦେଶ ବିଷୟରେ ଯେଉଁଠି ଏହି ଅନନ୍ୟ ରୀତିନୀତି ଦେଖାଯାଏ।

Advertisment

କାମ୍ବୋଡିଆରେ ବର୍ଷକୁ ଥରେ ୧୫ ଦିନ ପାଇଁ ଏକ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ନର୍କର ଦ୍ୱାର ଖୋଲିବା ନେଇ ଏହା ମଧ୍ୟ ମାଧ୍ୟମ। ଏହି ଅବସରରେ ଲୋକମାନେ ଭୂତ ପ୍ରେତମାନଙ୍କୁ ସ୍ୱାଦିଷ୍ଟ ଭୋଜନ ପ୍ରଦାନ କରନ୍ତି ଯାହା ଦ୍ୱାରା ସେମାନେ ସନ୍ତୁଷ୍ଟ ହୋଇପାରିବେ। ଏହି ସମୟରେ ୪ ପ୍ରକାରର ପ୍ରେତାତ୍ମଙ୍କ ପାଇଁ ଏକ ଭୋଜ୍ୟ ଟେକାଯାଏ। ବିଶ୍ୱାସ କରାଯାଏ ଯେ ଏମାନେ ନିଜ ପରିବାରମାନଙ୍କୁ ଖୋଜିବାକୁ ଆସନ୍ତି। ତେଣୁ ଏହି ଭୋଜନ ସେମାନକୁ ପେଟପୂରା ଖାଦ୍ୟ ଯୋଗାଇ ପାରିବ।

ଏକ ରିପୋର୍ଟ ଅନୁଯାୟୀ, କାମ୍ବୋଡିଆରେ ପଚୁମ୍ ବେନ୍ ନାମକ ଏକ ପର୍ବ ରହିଛି, ଯେଉଁଥିରେ ପିତୃପୁରୁଷ ଏବଂ ଭୋକିଲା ଆତ୍ମାଙ୍କୁ ସମ୍ମାନିତ ଦିଆଯାଏ। ଏହାକୁ ଖମେର ଫେଷ୍ଟିଭାଲ ମଧ୍ୟ କୁହାଯାଏ, ଯାହା ସେପ୍ଟେମ୍ବରରୁ ଅକ୍ଟୋବର ପର୍ଯ୍ୟନ୍ତ ୧୫ ଦିନ ଧରି ପାଳନ କରାଯାଏ। ଏହି ସମୟରେ ବିଶ୍ୱାସ କରାଯାଏ ଯେ ପାତାଳରେ ନର୍କର ଦ୍ୱାରା ଖୋଲିଯାଏ ଏବଂ ଭୋକିଲା ଆତ୍ମାମାନେ ବାହାରେ ବୁଲିବା ଆରମ୍ଭ କରନ୍ତି।

Advertisment

ବିଶ୍ୱାସ ରହିଛି ଯେ ସେମାନେ ଖାଦ୍ୟ ଅନ୍ୱେଷଣରେ କବର ଏବଂ ମନ୍ଦିରର ଆଖପାଖରେ ବୁଲନ୍ତି। ସେମାନଙ୍କର ସମ୍ପର୍କୀୟମାନେ ଆସି ସେମାନଙ୍କୁ ଖାଇବାକୁ ଦେବେ ବୋଲି ସେମାନେ ଆସନ୍ତି। ଯଦି ସେମାନଙ୍କ ସଂପର୍କୀୟ ମାନେ ସେମାନଙ୍କୁଅ ଭୋଜନ ପ୍ରଦାନ ନ କରନ୍ତି ତେବେ ସେମାନଙ୍କୁ ଖରାପ ପରିଣାମର ସାମ୍ନା କରିବାକୁ ପଡିପାରେ ବୋଲି ବିଶ୍ୱାସ ରହିଛି।

କୁହାଯାଏ ଏହିଦିନ ସମୁଦାୟ ୪ ପ୍ରକାରର ପ୍ରେତାତ୍ମା ବାହାରିଥାଆନ୍ତି, ଯେଉଁଥିରେ ଭୋକିଲା ଭୂତ ଥାଆନ୍ତି। ଅବଶିଷ୍ଟ ପ୍ରେତାତ୍ମା ରକ୍ତରେ ତିଆରି ହୋଇଥାନ୍ତି, ଯାହା କ୍ରମାଗତ ଭାବରେ ଜଳୁଥାନ୍ତି। କେବଳ ପାକ୍ରାକ୍ଟାକୋପକ୍ ଚିଭି ନାମକ ଏକ ପ୍ରେତାତ୍ମାଙ୍କୁ ପରିବାର ଦ୍ୱାରା ସନ୍ନ୍ୟାସୀଙ୍କ ମାଧ୍ୟମରେ ଖାଦ୍ୟ ଦିଆଯାଇଥାଏ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ