ଦେବଦୂତ ସାଜିଲେ କୋବ୍ରା ଯବାନ, ସାଥୀ ଯବାନଙ୍କ ଝିଅର ବାହାଘର କରାଇଲେ

ଦେବଦୂତ ସାଜିଲେ କୋବ୍ରା ଯବାନ । ସାଥୀ କମାଣ୍ଡୋଙ୍କ ଝିଅ ବାହାଘର କରାଇ ନିଜର ମହାନତା ଦେଖାଇଛନ୍ତି କୋବ୍ରା ଯବାନ। ବାହାଘର ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ ଜିନିଷପତ୍ର କିଣାକିଣି ଲାଗି ଯୋଗାଇଦେଲେ ଗାଡ଼ି ।

Cobra Javanese made the angel

News Summary

ସାଥୀ ଯବାନଙ୍କ ଝିଅର ବାହାଘର କରାଇଲେ କୋବ୍ରା ଯବାନ

ସାଥୀ ଯବାନଙ୍କ ଝିଅର ବାହାଘର କରାଇଲେ କୋବ୍ରା ଯବାନ । ମୃତ କମାଣ୍ଡୋଙ୍କ ଝିଅ ବାହାଘରରେ ଭାଇ, ବନ୍ଧୁ ଓ ପରିଜନ ହୋଇ ଠିଆ ହେଲେ । ଝିଅର ହଳଦୀଠାରୁ ବିଦାଇ ପର୍ଯ୍ୟନ୍ତ ଉପସ୍ଥିତ ରହି ସବୁ କାମ କଲେ । ଏପରିକି ବାହାଘର ପାଇଁ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଜିନିଷପତ୍ର କିଣାକିଣି କରିବାରେ ସହଯୋଗ କଲେ ,ତା ସହିତ ଘରକୁ ବନ୍ଧୁ ବାନ୍ଧବ ଆଣିବା ଲାଗି ଗାଡ଼ି ଯୋଗାଇ ଦେଇ ଉପସ୍ଥିତ ରହି ସବୁ କାମ କଲେ କୋବ୍ରା ଯବାନ ।

ମହାରାଷ୍ଟ୍ର ଭଣ୍ଡାରାରେ ୨୦୬ କୋବ୍ରା ବାଟାଲିୟନର ମୃତ ଯବାନ ନାରାୟଣ ମାରସକୋଲେଙ୍କ ଝିଅ ବାହାଘରରେ ବାପା ଓ ଭାଇ ଭଳି ଭୂମିକା ତୁଲାଇଛନ୍ତି ଯବାନ । ନାରାୟଣ ବାଟାଲିୟନରେ ଥିବାବେଳେ ନିଜ ଝିଅଙ୍କୁ ନେଇ ଖୁବ୍ ସଚେତନ ଥିଲେ । ଝିଅର ପାଠପଢ଼ାଠୁ ଆରମ୍ଭ କରି ବାହାଘର କିପରି କରିବେ, ସେନେଇ ସାଥୀଙ୍କ ସହ ଆଲୋଚନା କରନ୍ତି । ହେଲେ ଗତ ବର୍ଷ ୫୩ ବର୍ଷ ବୟସରେ ଅସୁସ୍ଥତା କାରଣରୁ ନାରାୟଣଙ୍କର ମୃତ୍ୟୁ ହୋଇଥିଲା ।

ଏହାପରେ ଏବେ ନାରାୟଣଙ୍କ ପତ୍ନୀ ନିଜ ଝିଅର ବାହାଘର ପାଇଁ ପ୍ରସ୍ତୁତି କରିଥିଲେ । ଆଉ କୋବ୍ରା ବାଟାଲିୟନର କମାଣ୍ଡର ଓ ଯବାନଙ୍କୁ ନମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ପାଇବା ପରେ ନାରାୟଣଙ୍କ ଝିଅଙ୍କ ବାହାଘରରେ ଭାଇ ଭଳି ଛିଡ଼ା ହେବାକୁ ପ୍ରସ୍ତୁତ ହୋଇଥିଲେ କୋବ୍ରା ଯବାନ ।