Advertisment

ସାପଧରାଳିଙ୍କ ଘରେ ୧୯ ସାପ ଛୁଆ

ଅଣ୍ଡାରୁ ଫୁଟି ବାହାରିଲେ ୧୯ ତମ୍ପ ଛୁଆ।  ଜଣେ ସାପଧରାଳିଙ୍କ ଘରେ ଏହି ସାପ ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି।

Cobra gives birth to 19 babies at rescuer's home

Cobra gives birth to 19 babies at rescuer's home

Advertisment

ଅଣ୍ଡାରୁ ଫୁଟି ବାହାରିଲେ ୧୯ ତମ୍ପ ଛୁଆ।  ଜଣେ ସାପଧରାଳିଙ୍କ ଘରେ ଏହି ସାପ ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି। ପୁରୀ ଜିଲ୍ଲା କାକଟପୁର ବ୍ଲକ୍‌ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ୧୯ଟି ତମ୍ପ ଛୁଆ ଅଣ୍ଡାରୁ ଫୁଟି ବାହାରିଛନ୍ତି।

Advertisment

ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଘରୁ ୨ ମାସ ପୂର୍ବେ ବ୍ରଜକିଶୋର ଏକ ତମ୍ପ ସାପକୁ ଉଦ୍ଧାର କରି ଆଣିଥିଲେ। ସାପକୁ ରଖି ପରଦିନ ସକାଳେ ଜଙ୍ଗଲରେ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।   ତେବେ ସକାଳୁ ଦେଖିବା ବେଳକୁ ପ୍ଲାଷ୍ଟିକ ଡବାରେ ରଖାଯାଇଥିବା ତମ୍ପ ସାପଟି ୧୯ଟି ଅଣ୍ଡା ଦେଇଥିଲା।

ଏହାପରେ ସାପଟିକୁ ଜଙ୍ଗଲରେ ଛାଡି ଅଣ୍ଡା ଗୁଡ଼ିକୁ ସେ ଅତି ଯତ୍ନର ସହ ଛୁଆ ଫୁଟିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଗତକାଲି ସମସ୍ତ ଅଣ୍ଡାରୁ ଛୁଆ ଫୁଟିଥିଲା ତମ୍ପ ସାପ। ଛୁଆ ଅଣ୍ଡାରୁ ବାହାରିବା ନେଇ ସେ ଜଙ୍ଗଲକୁ ବିଭାଗକୁ ସୂଚନା ଦେବା ସହ ନିକଟସ୍ଥ ଗୋଲାରଗଡ଼ ଜଙ୍ଗଲରେ ଛାଡ଼ିବେ ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ସାପ ଛୁଆଙ୍କୁ ଦେଖିବାକୁ ବ୍ରଜଙ୍କ ଘରେ ଭିଡ ଦେଖିବାକୁ ମିଳିଥିଲା। 

Advertisment
Cobra Snake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ