Advertisment

ଆକ୍ସନ ମୋଡରେ CMC; ରାସ୍ତାକଡ଼ରେ କାଟିପାରିବେନି ମାଛ-ମାଂସ

କଟକ ସହରର ବିଭିନ୍ନ ମାଂସ ଦୋକାନରେ ଚଢାଉ । ପ୍ରତି ସପ୍ତାହରେ ୩ ଦିନ କରାଯିବ ଏହି ଚଢାଉ । ରାସ୍ତାକଡ଼ରେ ଦୋକାନ ନେଇ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ ।

CMC Raid

CMC Raid

Advertisment

କଟକରେ ଆକ୍ସନ ମୋଡରେ CMC । ସହରର ବିଭିନ୍ନ ଛକ, ରାସ୍ତାକଡ ଓ ସର୍ବସାଧାରଣ ସ୍ଥାନରେ ହେଉଥିବା ବେଆଇନ ମାଂସ କଟା ଦୋକାନରେ ଚଢଉ କରିଛି ସିଏମସି ଏନଫୋର୍ସମେଣ୍ଟ ଟିମ୍ । ସପ୍ତାହର ୩ ଦିନ ଅର୍ଥାତ ବୁଧବାର, ଶୁକ୍ରବାର, ଓ ରବିବାରରେ ସିଏମସି ପକ୍ଷରୁ କରାଯିବ ଏହି ଚଢ଼ଉ ।

Advertisment

ହାଇକୋର୍ଟରେ ହୋଇଥିବା ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ ବେଳେ ଗତକାଲି ସିଏମସି ଡେପୁଟି କମିଶନର ଏବଂ ସ୍ୱାସ୍ଥ୍ୟ ଅଧିକାରୀ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଏହାର ଜବାବ୍ ରଖିଥିଲେ । ଏହାପରେ ଆଜି ଆକ୍ସନ ମୋଡକୁ ଆସିଛି ସିଏମ୍ସି । ସହରରେ ଥିବା ୫ଟି ପଞ୍ଜିକୃତ କିଲଖାନରେ ମାଂସ କାଟିବାକୁ ବ୍ୟବସାୟୀଙ୍କୁ ଅପିଲ୍ କରିଛନ୍ତି ସିଏମସି ଡେପୁଟି କମିଶନର । ଏହି ନିୟମ ଉଲଂଘନ ହେଲେ ପୁଣି ଥରେ ଚଢଉ ହେବା ନେଇ କହିଛନ୍ତି ସିଏମସି ଡେପୁଟି କମିଶନର ।

ଜଣେ ମାସଂ ଦୋକାନୀ କହିଛନ୍ତି, ମୁଁ କମିଲାରୁ ମାଂସ କାଟି ଆଣି ଏଠାରେ ବିକ୍ରି କରୁଥିଲି। ସିଏମସିକୁ ଏନେଇ ମୁଁ ରସିଦ ଦେଖାଇଥିଲି। ହେଲେ ସେମାନେ ମୋ ରସିଦ ଦେଖି ନଥିଲେ। ମାଂସ ସହ ମାଂସ କାଟିବା ଯନ୍ତ୍ରାଂଶ ନେଇ ଯାଇଥିଲେ। ଏପରି କରାଯାଇ ଆମ ଉପରେ ଜୁଲମ କରାଯାଉଛି। 

Advertisment
CMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ