Advertisment

ଦିବଂଗତ ଅଭିନେତ୍ରୀ ଅନିତା ଦାସଙ୍କ ସ୍ମୃତିରେ ଅସହାୟଙ୍କୁ ବସ୍ତ୍ରଦାନ

ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ  ଏହା ଥିଲା ଏକ ନିଆରା ପ୍ରୟାସ।

Clothes distributed to destitute

Clothes distributed to destitute

Advertisment

ଓଡିଆ ସିନେ ଜଗତର ଦିବଂଗତ ଅଭିନେତ୍ରୀ ଅନିତା ଦାସଙ୍କ ଜୟନ୍ତୀ ଅବସରରେ ଅସହାୟ ଲୋକଙ୍କୁ ନୂତନ ବସ୍ତ୍ର ବଣ୍ଟାଯାଇଛି। “ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ”ର ପରାମର୍ଶଦାତା ତଥା “ମୋ କଲେଜ” ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ନେତୃତ୍ୱରେ “ଉଡ୍ର” ପକ୍ଷରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଜାତୀୟ ସହରାଂଚଳ ଜୀବିକା ମିଶନ୍‌ର ସମସ୍ତ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା ।

Advertisment

ଓଡିଆ ସିନେ ଜଗତର ଦିଂବଗତ ଅଭିନେତ୍ରୀ ଅନିତା ଦାସଙ୍କ ଜନ୍ମଦିନ ଅକ୍ଟୋବର ୧ । ସେହି ଦିନକୁ ମନେରିଖିବା ପାଇଁ ଆଜି “ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ  ଏହା ଥିଲା ଏକ ନିଆରା ପ୍ରୟାସ। ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତାଃ ଅନିତା ଦାସଙ୍କ ଜନ୍ମଦିନକୁ ମନେ ପକାଇବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ସ୍ମୃତିଚାରଣ କରିଥିଲେ।

ସହରାଂଚଳ ବାସଶୂନ୍ୟ ଆଶ୍ରୟସ୍ଥଳୀର ଅନ୍ତେବାସୀମାନେ ସ୍ୱର୍ଗତାଃ ଦାସଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ “ଉଡ୍ର ଚାରିଟେବୁଲ ଟ୍ରଷ୍ଟ”ର ପରାମର୍ଶଦାତା ଆକାଶ ଦାସନାୟକ, ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଦେବୀପ୍ରସାଦ ମଙ୍ଗରାଜ, ସତ୍ୟ ସୁମନ, ଅସିତ୍ ସାହୁ, କିଶୋର ଦାସ, ଭାଗ୍ୟଧର ସାମଲ, ସଂଘମିତ୍ରା ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Advertisment
Late Actress Anita Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ