Advertisment

ଏଣିକି ଭେଣ୍ଡିଂ ମେସିନ୍‌ରେ ମିଳିବ କପଡ଼ା ବ୍ୟାଗ

ଲୋକେ ୫ ଟଙ୍କା ପକାଇ ଉକ୍ତ ଭେଣ୍ଡିଂ ମେସିନ୍‌ରୁ ପାଇବେ କଟନ ବ୍ୟାଗ୍। ପଲିଥିନ୍ ପରିବର୍ତ୍ତେ କପଡ଼ା ବ୍ୟାଗ ଅଳ୍ପ ଖର୍ଚ୍ଚରେ ନେଇ ବ୍ୟବହାର କରିପାରିବେ।

Cloth bag vending machines to be introduced soon

Cloth bag vending machines to be introduced soon

Advertisment

ଏଟିଏମ୍ ମେସିନ୍ ଭଳି ଭେଣ୍ଡିଂ ମେସିନ୍‌ରେ ମିଳିବ କପଡ଼ା ବ୍ୟାଗ। ଲୋକେ ୫ ଟଙ୍କା ପକାଇ ଉକ୍ତ ଭେଣ୍ଡିଂ ମେସିନ୍‌ରୁ ପାଇବେ କଟନ ବ୍ୟାଗ୍। ପରିବେଶ ପ୍ରଦୂଷଣକାରୀ ପଲିଥିନ୍ ବ୍ୟାଗ୍ ପ୍ରତିବଦଳରେ ଏଭଳି କପଡ଼ା ବ୍ୟାଗ୍ ଯୋଗାଇବାକୁ ଯୋଜନା ରହିଛି। ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ. ମୁରୁଗେସନ୍ ସୂଚନା ଦେଇଛନ୍ତି।

Advertisment

ଯେହେତୁ ଲୁଚାଛପାରେ ପଲିଥିନ୍ ତିଆରି ବନ୍ଦ ହେଉନାହିଁ, ତେଣୁ ଲୋକେ ସଚେତନ ହେଲେ ହିଁ ପରିବେଶ ସୁରକ୍ଷା ହୋଇପାରିବ। ପଲିଥିନ୍ ପରିବର୍ତ୍ତେ କପଡ଼ା ବ୍ୟାଗ ଅଳ୍ପ ଖର୍ଚ୍ଚରେ ନେଇ ବ୍ୟବହାର କରିପାରିବେ ବୋଲି ମୁରୁଗେସନ୍ କହିଛନ୍ତି।

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି କପଡ଼ା ବ୍ୟାଗ ଭେଣ୍ଡିଂ ମେସିନ୍ ବସାଇବା ଯୋଜନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ