କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲା ନାବାଳକ

କୁମ୍ଭୀର ମୁହଁରୁ ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ । କାଣି ନଦୀରେ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା ।

Minor Boy

କୁମ୍ଭୀର ମୁହଁରୁ ଫେରିଲା ନାବାଳକ । ସାହସ ଦେଖାଇ ପାଣି ଭିତରେ କୁମ୍ଭୀର ସହିତ ଲଢ଼େଇ କରି ନିଜ ଜୀବନ ବଞ୍ଚାଇ ପାରିଲା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଅରାଜି ଗାଁର ଓମ୍ ପ୍ରକାଶ ସାହୁ । ଆଜି ସେ ଗାଁ ପାଖ କାଣି ନଈକୁ ଗାଧୋଇବାକୁ ଯାଇଥିଲା । ଏହି ସମୟରେ ପ୍ରାୟ ୧୦ ଫୁଟ୍ ଲମ୍ବର କୁମ୍ଭୀର ତାକୁ ଆକ୍ରମଣ କରିଥିଲା ଓ ପାଣିକୁ ଭିଡି ନେଇଥିଲା । ହେଲେ ତାକୁ ନ ଡରି ପାଣି ଭିତରେ କୁମ୍ଭୀର ସହିତ ଲଢ଼େଇ କରିଥିଲା ଓମ୍ ।

ବାରମ୍ବାର ଲାତ ମାରିବା ଦ୍ୱାରା ଶେଷରେ କୁମ୍ଭୀରଟି ଓମ୍‌କୁ ଛାଡ଼ି ପଳାଇଥିଲା । ତାର ଗୋଡ଼ ଓ ଦୁଇ ହାତକୁ କୁମ୍ଭୀର କାମୁଡ଼ି ଦେଇଥିବାରୁ ଓମ୍‌କୁ କଟକ ସ୍ଥାନାନ୍ତର କରାଯାଇଛି । ମାସକ ଭିତରେ ଏହି ଅଞ୍ଚଳର ଦୁଇ ଜଣଙ୍କର କୁମ୍ଭୀର ଆକ୍ରମଣରେ ଜୀବନ ଯାଇଛି ।