Advertisment

ଆର୍ଡମିଟ୍ କାର୍ଡରେ ତ୍ରୁଟି! ଫଟୋ ଜଣଙ୍କର, ଆଡମିଟ୍ କାର୍ଡ ଆଉ ଜଣଙ୍କର...ବୋର୍ଡ ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରୀ

ପୂଜା ପ୍ରିୟଦର୍ଶିନୀ ଜେନା ବୋର୍ଡ ପରୀକ୍ଷା ଦେବା ପାଇଁ ନନ୍ଦରାଜା ବାଳିକା ଉଚ୍ଚ ବିଦ୍ୟାଳୟରେ ଫର୍ମ ଫିଲପ୍ କରିଥିଲେ। କିନ୍ତୁ, ତାଙ୍କୁ ଆଡମିଟ୍ କାର୍ଡ ଦିଆଯାଇନଥିଲା। ଗତକାଲି ସିଂହପୁର ପରୀକ୍ଷା କେନ୍ଦ୍ର ନିକଟରେ ତାଙ୍କୁ ଆଡମିଟ କାର୍ଡ ଦେଇଥିଲେ ପ୍ରଧାନଶିକ୍ଷକ।

ଅଦ୍ୟତନ ହୋଇଛି
Class X Student Debarred From Examination In Jajpur

Student in debarred from examination

Advertisment

ଆଡମିଟ୍ କାର୍ଡରେ ତ୍ରୁଟି ଯୋଗୁଁ ଯାଜପୁର ବିଞ୍ଝାରପୁର ବ୍ଲକ୍ ତାଲୁକପଡ଼ାରେ ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ଅଭିଯୋଗ ଘଟଣାରେ ଟୁଇଷ୍ଟ। ପରୀକ୍ଷାରେ ପ୍ରକ୍ସି ବ୍ୟବହାର ନେଇ ସନ୍ଦେହ କରିଛନ୍ତି ବିଞ୍ଝାରପୁର ବିଇଓ। ସ୍କୁଲ କର୍ତ୍ତୃପକ୍ଷ ନକଲି ପରୀକ୍ଷାର୍ଥୀଙ୍କୁ ବ୍ୟବହାର କରିଥିବା ନେଇ ସନ୍ଦେହ ଉପୁଜିଛି ବୋଲି କହିଛନ୍ତି ବିଇଓ । ଏଥିସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Advertisment

ପୂଜା ପ୍ରିୟଦର୍ଶିନୀ ଜେନା ବୋର୍ଡ ପରୀକ୍ଷା ଦେବା ପାଇଁ ନନ୍ଦରାଜା ବାଳିକା ଉଚ୍ଚ ବିଦ୍ୟାଳୟରେ ଫର୍ମ ଫିଲପ୍ କରିଥିଲେ। କିନ୍ତୁ, ତାଙ୍କୁ ଆଡମିଟ୍ କାର୍ଡ ଦିଆଯାଇନଥିଲା। ଗତକାଲି ହିଁ ସିଂହପୁର ପରୀକ୍ଷା କେନ୍ଦ୍ର ନିକଟରେ ତାଙ୍କୁ ଆଡମିଟ କାର୍ଡ ଦେଇଥିଲେ ପ୍ରଧାନଶିକ୍ଷକ। ଯେଉଁଥିରେ ଲକ୍ଷ୍ମୀପ୍ରିୟା ଜେନା ନାମକ ଜଣେ ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ପୁଜାଙ୍କ ଫଟୋ ଲଗାଯିବା ସହ ପ୍ରଧାନଶିକ୍ଷକଙ୍କ ଷ୍ଟାମ୍ପ ଏବଂ ଦସ୍ତଖତ ରହିଥିଲା।

ଏଭଳି ଅଭିଯୋଗ ପରେ ବିଝାଂରପୁର ମଣ୍ଡଳ ଶିକ୍ଷା ଅଧିକାରୀ ଏହି ତ୍ରୁଟି ସଂପର୍କରେ ପ୍ରଧାନଶିକ୍ଷକ ଏବଂ କିରାଣୀଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାବେଳେ ସ୍କୁଲ କର୍ତ୍ତୃପକ୍ଷ ସଂପୃକ୍ତ କିରାଣୀଙ୍କୁ ଦାୟୀ କରୁଥିବାବେଳେ କିରାଣୀ ମଧ୍ୟ ଭୁଲକୁ ସ୍ବୀକାର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଝାଂରପୁର ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।

Advertisment
Examination Admit Card Class X
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ