Advertisment

ଡ୍ରେନ୍‌ ପାଣିରେ ଭାସି ଛାତ୍ର ନିଖୋଜ,୧୮ ଘଣ୍ଟା ପରେ ବି ମିଳିପାରିନି ପତ୍ତା

ଡ୍ରେନ୍‌ ପାଣିରେ ଭାସି ନିଖୋଜ ଥିବା ଶିରିପୁର ଶତାବ୍ଦୀ ନଗରର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରିନି। ୧୮ ଘଣ୍ଟା ଧରି ରେସ୍କ୍ୟୁ ଟିମ୍‌ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

ଅଦ୍ୟତନ ହୋଇଛି
Student Missing After Being Swept Away In Flooded Drain

Student Missing After Being Swept Away In Flooded Drain

Advertisment

ଭୁବନେଶ୍ୱର: ଡ୍ରେନ୍‌ ପାଣିରେ ଭାସି ନିଖୋଜ ଥିବା ଶିରିପୁର ଶତାବ୍ଦୀ ନଗରର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରିନି। ୧୮ ଘଣ୍ଟା ଧରି ରେସ୍କ୍ୟୁ ଟିମ୍‌ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।  ଜ୍ୟୋତି ପ୍ରକାଶଙ୍କୁ ଉଦ୍ଧାର କରିବା ପାଇଁ ନୂଆ ଷ୍ଟ୍ରାଟେଜି କରାଯାଇଛି। ଆଜି ଗଣ୍ଡମୁଣ୍ଡା ମୁଖ୍ୟ ନାଳରୁ ବୋଟ୍ ଯୋଗେ ସର୍ଚ୍ଚ ଅପରେସନ ହେବ। 

Advertisment

ଗତକାଲି ରାତି ସାଢ଼େ ୧୦ଟା ଯାଏ ଅଗ୍ନିଶମ ବାହିନୀର ୪୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଆଜି ନୂଆ ଷ୍ଟ୍ରାଟେଜି ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ ରେସ୍କ୍ୟୁ ଟିମ୍‌। ଉଦ୍ଧାର କାର୍ଯ୍ୟରେ ବୋଟ୍ ନିୟୋଜିତ ହେବ ବୋଲି ଜଣାପଡ଼ିଛି। ଯେଉଁଠି ଜ୍ୟୋତି ନିଖୋଜ ହୋଇଥିଲେ ସେ ସ୍ଥାନରେ ନୁହେଁ ବରଂ ଗଣ୍ଡମୁଣ୍ଡା ମୁଖ୍ୟନାଳରୁ ବୋଟ୍ ଯୋଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।

Advertisment

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅନୁସାରେ, ଗଣ୍ଡମୁଣ୍ଡା ନିକଟରେ ଗୋଟିଏ ମୃତଦେହ ଭାସୁଥିବାର କିଛି ଲୋକ ଦେଖିଥିବା କହିଥିଲେ। ଏହି କାରଣରୁ ସେଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ନେଇ ଅଗ୍ନିଶମ ବାହିନୀ ଯୋଜନା ରଖିଛି। ଗତକାଲି ଅପରାହ୍ଣ ୨ଟାରେ ଟ୍ୟୁସନ ଯିବା ବେଳେ ଜ୍ୟୋତି ପ୍ରକାଶ ଡ୍ରେନରେ ଭାସି ଯାଇଥିଲେ। ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିଲେ। ଡ୍ରେନ୍ ନିକଟରୁ ତାଙ୍କର ସାଇକେଲ ଓ ଜୋତା ମିଳିଥିବା ବେଳେ ଏଯାଏ ଜ୍ୟୋତିଙ୍କର କୌଣସି ପତ୍ତା ମିଳିପାରିନାହିଁ। ପୁଅର ଫେରିବା ବାଟକୁ ପରିବାର ଲୋକେ ଚାହିଁ ରହିଥିବା ବେଳେ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ କାନ୍ଦ ବୋବାଳି ଲାଗି ରହିଛି। 

Bhubaneswar Student Missing Flooded Drain BMC Mismanagement Student Swept Away In Drain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ