Advertisment

ହାଇୱା ନେଇଗଲା ନବମ ଶ୍ରେଣୀ ଛାତ୍ରୀର ଜୀବନ

କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।

Accident

Accident

Advertisment

କେନ୍ଦ୍ରାପଡ଼ା ସଦର ଥାନାର ଦାନପୁର ରାସ୍ତାର ହାଟ ବାଣପୁର ଝିଙ୍କିଡ଼ିଠାରେ ଗୋଟିଏ ହାଇଓ୍ୱା ଧକ୍କାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନବମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀପ୍ରିୟା ଲେଙ୍କା । ସକାଳେ ଲକ୍ଷ୍ମୀପ୍ରିୟା ଟ୍ୟୁସନ୍‌ରୁ ଫେରୁଥିବାବେଳେ ଛକ ଉପରେ ବାଲି ବୋଝେଇ ହାଇୱାଟି ତାଙ୍କ ଉପରକୁ ମାଡ଼ି ଯାଇଥିଲା ।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Advertisment

ତେବେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ କ୍ଷତିପୂରଣ ଓ ଏହି ରାସ୍ତାରେ ହାଇୱା ଚଳାଚଳ ବନ୍ଦ ଦାବିରେ ଶବ ରଖି ରାସ୍ତାରୋକ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ