Advertisment

ଦିଦି ଯାଇଛନ୍ତି ଆନ୍ଦୋଳନକୁ...ପିଲାଙ୍କୁ ପାଠ ପଢାଉଛନ୍ତି ପିଲା

ସପ୍ତମ ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ । କଥାଟା ଶୁଣିବାକୁ ଟିକିଏ ଅବାସ୍ତବ ଲାଗୁଥିଲେ ବି ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଶିକ୍ଷା ସର୍କଲ ଅଧିନ ପାରାପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ

Class 8th students

Class 8th students

Advertisment

ସପ୍ତାହେ ହେଲାଣି ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ସ୍କୁଲ ବନ୍ଦ, ପାଠ ବି ବନ୍ଦ । ହେଲେ ଏବେ ଏମିତି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ସ୍କୁଲରେ ତଳ କ୍ଲାସ୍‌ର ପିଲାଙ୍କୁ ପାଠ ପଢାଉଛନ୍ତି ଉପର କ୍ଲାସ୍‌ର ପିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

Advertisment

ସପ୍ତମ ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ । କଥାଟା ଶୁଣିବାକୁ ଟିକିଏ ଅବାସ୍ତବ ଲାଗୁଥିଲେ ବି ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଶିକ୍ଷା ସର୍କଲ ଅଧିନ ପାରାପୋଖରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ୧୪୭ ଛାତ୍ରଛାତ୍ରୀଙ୍କୁ ପଢାଇବା ଲାଗି ୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେବେ ୪ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଏବେ ଛୁଟିରେ । ଅର୍ଥାତ୍‌ ଆନ୍ଦୋଳନକୁ ଯାଇଥିବାରୁ ୨ଦିନ ହେଲାଣି ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ୨ଜଣ ଛାତ୍ରୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅବିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ଥିତି ଏମିତି ହେଲାଣି ଯେ ପିଲାଙ୍କୁ ପିଲାମାନେ ପାଠ ପଢାଉଥିବାରୁ ସ୍କୁଲକୁ ଛାତ୍ରଛାତ୍ରଙ୍କୁ ଛାଡିବାକୁ ରାଜି ହେଉନାହାନ୍ତି ଅଭିଭାବକ । ସେପଟେ ସ୍କୁଲରେ ପାଠ ପଢା ହୋଇପାରୁନାହିଁ ତେଣୁ ମିଶାଣ-ଫେଡାଣ ମୁଁ କରିବାକୁ ଦେଉଥିବା କହିଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ରୀ । ଏପଟେ ପୂରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ପ୍ରଧାନ ଶିକ୍ଷକ । କହିଛନ୍ତି ୪ ଜଣ ଶିକ୍ଷକ ଆନ୍ଦୋଳନକୁ ଯାଇଛନ୍ତି । ମୁଁ ପ୍ରଧାନଶିକ୍ଷକ ଦାୟିତ୍ୱ ସହିତ ପାଠ ପଢା ଓ ମଧ୍ୟାହ୍ନ ଭୋଜନର କଥା ବୁଝୁଛି ।

Advertisment

ତେବେ ସପ୍ତାହେ ହେଲାଣି ନିଜ ଦାବି ପୂରଣ ଦାବିରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ତେଣୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଆଉ ଏତିକି ବେଳେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସୁଥିବା ଦୃଶ୍ୟ ସମସ୍ତଙ୍କ ବିଚଳିତ କରୁଛି ।

Special Story School Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ